ବଢିବ କୃଷକଙ୍କ ଆୟ ! ଗହମ, ମସୁର ଡାଲି ସମେତ ୬ଟି ରବି ଫସଲ ଉପରେ ସରକାର ବଢାଇଲେ ସର୍ବନିମ୍ନ ସହାୟକ ଦର

265

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର କୃଷକଙ୍କ ରୋଜଗାର ବୃଦ୍ଧି କରିବା ନେଇ ରବି ଋତୁରେ ୬ଟି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କ୍ୟାବିନେଟ ତରଫରୁ ୨ ପ୍ରତିଶତରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସହାୟକ ମୂଲ୍ୟ ବୃଦ୍ଧି ଉପରେ ମ୍ରୁରୀ ପ୍ରଦାନ କରିଛନ୍ତି । କ୍ୟାବିନେଟ ବୈଠକରେ ସରକାର ଏହା ଉପରେ ମୋହର ମାରିଛନ୍ତି ।

ସରକାରଙ୍କ ତରଫରୁ ଗହମ ଓ ସୋରିଶ ସମେତ ୬ଟି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏହା ମଧ୍ୟରେ ଗହମ, ଜ, ଆଳୁ, ଚଣା, ମସୁର, ଅଳସୀ, ମଟର ଓ ସୋରିଶ ରହିଛି । ଗହମ କୁଇଣ୍ଟାଲ ପ୍ରତି ୧୫୦ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ସୋରିଶ କୁଇଣ୍ଟାଲ ପ୍ରତି ୨୦୦ ଟଙ୍କା, ମସୁର ଡାଲି କୁଇଣ୍ଟାଲ ପ୍ରତି ୪୨୫ ଟଙ୍କା, ଜ କୁଇଣ୍ଟାଲ ପ୍ରତି ୧୧୫ ଟଙ୍କା, ଚଣା ଡାଲି କୁଇଣ୍ଟାଲ ପ୍ରତି ୧୦୫ ଟଙ୍କା ଓ ସୂର୍ଯ୍ୟମୂଖୀ ମଞ୍ଜି କୁଇଣ୍ଟାଲ ପ୍ରତି ୧୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

କହିରଖୁ କି କୃଷକଙ୍କୁ ତାଙ୍କର ଉତ୍ପାଦିତ ଫସଲର ସଠିକ୍ ଦାମ ଦେବାକୁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବ୍ୟବସ୍ଥା ଲାଗୁ କରିଛନ୍ତି । ଏହି କ୍ରମରେ ସରକାର ପ୍ରତିଟି ଫସଲ ଉପରେ ଏକ ନ୍ୟୁନତମ ଦାମ୍ ସ୍ଥିର କରିଥାନ୍ତି । ଏହାକୁ ନ୍ୟୁନତମ ସମର୍ଥନ ମୂଲ୍ୟ ମଧ୍ୟ କୁହାଯାଇଥାଏ । ଏହି ବ୍ୟବସ୍ଥାରେ କୃଷକଙ୍କୁ ଏହା ଲାଭ ମିଳେ ଯେ ଯଦି ବଜାରରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଶଷ୍ୟର ମୂଲ୍ୟ ହ୍ର୍ରାସ ପାଏ ତେବେ ସରକାର ନିଜ ଦ୍ୱାରା ସ୍ଥିର କରାଯାଇଥିବା ଦାମରେ କୃଷକଙ୍କ ଠାରୁ ଶଷ୍ୟ କିଣି ନେଇଥାନ୍ତି ।