ବିଦ୍ୟୁତ୍ ଆଘାତରେ ମାଆ-ପୁଅ ମୃତ । ସୋରରୁ ଆସିଲା ଦୁଃଖଦ ଘଟଣା

1,313

କନକ ବ୍ୟୁରୋ : ସୋରରୁ ଆସିଲା ଏକ ଦୁଃଖଦ ଖବର । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି । ବାଲେଶ୍ୱର ଖଇରା ଥାନା ନାହୁଲ ଗାଁରୁ ଏଭଳି ଏକ ଅଘଟଣର ଖବର ସାମ୍ନାକୁ ଆସିଛି । ବିଦ୍ୟୁ ଆଘାତରେ ତିଳୋତ୍ତମା ଦାସ ଓ ତାଙ୍କ ପୁଅ ରାମଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଘର ବାହାରେ ଥିବା ଲୁହାରଡ ଉପରେ ତାର ଛିଣ୍ଡିପଡିଥିଲା । ତାର ସଂସ୍ପର୍ଶରେ ଆସିବାରୁ ଉଭୟଙ୍କ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ପରେ ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯାହାକୁ ନେଇ ପୁରା ପରିବାରରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି