କ୍ରିକେଟ ପିଚ୍ ଛାଡି ରାଜନୀତିରେ ପାଦ ଥାପିପାରନ୍ତି ମହମ୍ମଦ ସାମି: ପଶ୍ଚିମବଙ୍ଗର ବଶିରହାଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବା ନେଇ ଜୋର ଧରିଛି ଚର୍ଚ୍ଚା

283

କନକ ବ୍ୟୁରୋ: କ୍ରିକେଟ ପିଚ୍ ଛାଡି ରାଜନୀତିରେ ପାଦ ଥାପିପାରନ୍ତି କ୍ରିକେଟର ମହମ୍ମଦ ଶାମି । ବିଜେପି ଏବେ ଏହି ଷ୍ଟାର କ୍ରିକେଟରଙ୍କୁ ନିର୍ବାଚନ ମୈଦାନରେ ପ୍ରାର୍ଥୀ କରିବାକୁ ଯୋଜନା କରୁଛି । ଶାମି ପଶ୍ଚିମବଙ୍ଗ ରଣଜୀଟ୍ରଫି ଖେଳି ପେସ୍ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ । ସେ ଏବେ ପଶ୍ଚିମବଙ୍ଗରେ ଘରୋଇ କ୍ରିକେଟ ଖେଳୁଛନ୍ତି । କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶାମିଙ୍କ ସହ ବିଜେପି ଆଲୋଚନା କରି ସାରିଛି । ଏବେ ଶାମି ବିଜେପିରେ ଯୋଗଦେବା ନେଇ ନିଜର ସହମତି କେବେ ପ୍ରକାଶ କରିବେ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଶାମିଙ୍କୁ ରାଜ୍ୟର ସଂଖ୍ୟାଲଘୁ ଆସନରେ ଟିକେଟ ଦେବାକୁ ଯୋଜନା ଚାଲଛି । ରାଜ୍ୟର ବଶିରହାଟ ଲୋସଭା ଆସନରୁ ଶାମିଙ୍କୁ ଟିକେଟ ଦିଆଯିବାର ଯୋଜନା ରହିଥିବା କୁହାଯାଉଛି । ଶାମିଙ୍କୁ ଟିକେଟ ଦେଇ ବିଜେପି ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି । କିନ୍ତୁ ଚୂଡାନ୍ତ ନିଷ୍ପତି ନେବା ଏବେ ଶାମିଙ୍କ ହାତରେ ରହିଛି ।