ସାରା ଦେଶରେ ଶିବରାତ୍ରୀର ଭକ୍ତପୂର୍ଣ୍ଣ ମାହୋଲ: ଶୈବପୀଠରେ ଶହ ଶହ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ

90

କନକ ବ୍ୟୁରୋ: ଆଜି ପବିତ୍ର ମହରାଶିବରାତ୍ରୀ, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପତି ହେଉଛି ଗଗନ ପବନ । ଚଳଚଂଚଳ ରାଜ୍ୟର ପ୍ରମୁଖ ଶୈବପୀଠ, ଉପବାସ ରଖି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ । ରାଜ୍ୟ ଓ ରାଜ୍ୟବାହାର ଶିବ ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଜନସମାଗମ । ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ମହାଦେବଙ୍କ ଦର୍ଶନ କରିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବା ନେଇ ନିଷ୍ପତି ନେଇଛି ବିଭିନ୍ନ ଶୈବପୀଠ । ଶ୍ରଦ୍ଧାଳୁଙ୍କୁ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରାଯାଇଛି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସପରିବା ସହ ଆଜି ଉଜେୟନର ପ୍ରସିଦ୍ଧ ମହାକାଳଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର ପୂଜାପାଠ କରିଛନ୍ତି । ଭୋରୁ ଭୋରୁ ଉଜ୍ଜେ୍ନରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ଗୋରଖନାଥଙ୍କ ସ୍ୱତନ୍ତ୍ର ପୂଜା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରତିବର୍ଷ ଶିବରାତ୍ରୀରେ ଯୋଗୀ ଆଦିତ୍ୟନାଇ ନିର୍ଜଳା ଉପବାସ ରହି ଶିବଙ୍କ ଆରାଧନା କରିଥାନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ ଆନ୍ଧ୍ରର ପ୍ରସିଦ୍ଧ ହନୁମାକୋଣ୍ଡା ମନ୍ଦିରରେ ପହଁଚି ମହାଦେବଙ୍କ ପୂଜା କରିଛନ୍ତି ।

ବଢ଼ି ଭୋରୁ ସମସ୍ତ ପ୍ରମୁଖ ଶୈବପୀଠ ମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଛି ।ମହାଦୀପ ଉଠିବା ଦର୍ଶନକୁ ଅତ୍ୟନ୍ତ ପୂର୍ଣ୍ଣ୍ୟ ବିବେଚନା କରାଯାଏ । ତେଣୁ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଭକ୍ତି ମାହୋଲକୁ ଦ୍ୱିଗୁଣିତ କରିଛି ।