ରାଜ୍ୟ ବିଜେପି ସଭାପତିଙ୍କ ବଡ଼ ବୟାନ । ଦିଲ୍ଲୀ ବୈଠକରୁ ଫେରିବା ପରେ କହିଲେ, ଏକାକୀ ଲଢ଼ିବ ବିଜେପି

ବୈଠକରେ ମେଣ୍ଟ ଆଲୋଚନା ହୋଇନଥିବା କହିଲେ ମନମୋହନ ସାମଲ

243

କନକ ବ୍ୟୁରୋ: ରାଜ୍ୟରେ ମେଣ୍ଟ ନେଇ ମନା କଲେ ବିଜେପି ରାଜ୍ୟ ସଭାପତି ମନମୋହନ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ି ସରକାର ଗଠନ କରିବା ନେଇ ଦମ୍ଭୋକ୍ତି ପ୍ରକାଶ କରିବା ସହ କୌଣସି ମେଣ୍ଟ ହେବ ନାହିଁ କହିଛନ୍ତି । ଦିଲ୍ଲୀ ବୈଠକରେ ସାମିଲ ହୋଇ ଫେରିବା ପରେ ରାଜ୍ୟ ବିଜେପି ସଭାପତି କହିଛନ୍ତି, ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ଓଡ଼ିଶାର ୧୪୭ ବିଧାନସଭା ଆସନ ଏବଂ ୨୧ ଲୋକସଭା ଆସନରେ ବିଜେପି ଏକା ଲଢ଼ିବ ବୋଲି କହିଛନ୍ତି । ଗଣମାଧ୍ୟମ ମେଣ୍ଟକୁ ନେଇ ମନଗଢ଼ା କାହାଣୀ କହୁଛି ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ମନମୋହନ । ରାଜ୍ୟ ନେତୃବୃନ୍ଦ, ଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଓଡ଼ିଶାରେ ବିଜେପି ସରକାର ଗଢିବା ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।