ଦିନିକିଆ ତେଲେଙ୍ଗାନା ଗସ୍ତରେ ପ୍ରଧାନମନ୍ତ୍ରୀ । ବଂଶବାଦ ରାଜନୀତିକୁ ନେଇ ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ

191

କନକ ବ୍ୟୁରୋ: ଗୋଟିଏ ପଟେ ମୋଦୀ ସରକାରଙ୍କ କାର୍ଯ୍ୟକାଳକୁ ୮ ବର୍ଷ ପୂରଣ ହୋଇଛି । ଅନ୍ୟପଟେ ବିରୋଧୀ ଦଳକୁ ଗାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେଲେଙ୍ଗାନା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଂଶବାଦ ରାଜନୀତିକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି । ସେପଟେ ମୋଦୀଙ୍କ ଏହା ଦ୍ୱିତୀୟ ତେଲେଙ୍ଗାନା ଗସ୍ତ ହୋଇଥିବାବେଳେ ଦ୍ୱିତୀୟ ଥର ବି ତାଙ୍କୁ ସ୍ୱାଗତ କରିବା ପାଇଁ ପହଁଚିନାହାଁନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ।

ଦିନିକିଆ ତେଲେଙ୍ଗାନାଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାଇଦ୍ରାବାଦରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ପୁଣିଥରେ ବଂଶବାଦ ରାଜନୀତି ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି ବଂଶବାଦ ରାଜନୀତି କେବଳ ରାଜନୀତି ପାଇଁ ନୁହେଁ ବରଂ ଦେଶର ଭବିଷ୍ୟତ ଓ ଲୋକତନ୍ତ୍ର ପାଇଁ ଶତ୍ରୁ ଅଟେ । ବଂଶବାଦ ରାଜନୀତିରେ ନିର୍ଦ୍ଧିଷ୍ଠ ଦଳମାନଙ୍କୁ ଫାଇଦା ମିଳେ । ସେମାନେ ନିଜର ସ୍ୱାର୍ଥ ଦେଖିବାକୁ ଯାଇ ଦେଶ ହିତ କଥା ଭୁଲି ଯାଆନ୍ତି । କେବଳ ଆଉ କେବଳ ନିଜ ପରିବାର କଥା ଭାବି ରାଜନୀତି କରୁଥିବା ଦଳ ଦେଶର ବିକାଶ କଥା କେବେ ବି ଚିନ୍ତା କରିପାରେନି । ଏଥିସହ ପ୍ରଧାନମନ୍ତ୍ରୀ ୮ବର୍ଷ ଶାସନକାଳା ପୂରା କରିବା ଅବସରରେ ହାଇଦ୍ରାବାଦରେ ବିଜେପିକର୍ମୀଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ହାଇଦ୍ରାବାଦ୍ର ଇଣ୍ଡିଆନ୍ ସ୍କୁଲ ଅଫ ବିଜନେସର ୨୦ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ବି ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ତେଲେଙ୍ଗାନା ଗସ୍ତ ହୋଇଥିବାବେଳେ ଦ୍ୱିତୀୟ ଥର ବି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପହଁଚି ନାହାଁନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ଅନେକ ବୟାନବାଜି ଲାଗି ରହିଛି ।