ରାଗିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହରେ ମିଳିଲାନି ସିଟ୍ ।

185

କନକ ବ୍ୟୁରୋ: ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ବସିବା ପାଇଁ ମିଳିଲାନି ଉପଯୁକ୍ତ ସିଟ୍ ଖଣ୍ଡେ । ରାଗିଯାଇ କାର୍ଯ୍ୟକ୍ରମକୁ ଅଧାରୁ ଛାଡି ସେ ଚାଲିଆସିଲେ । ଏଭଳି ଏକ ଘଟଣା ଆଜି ଦିଲ୍ଲୀର ନୂଆ ଉପ-ରାଜ୍ୟପାଳଙ୍କ ଶପଥପାଠ କାର୍ଯ୍ୟକ୍ରମ ସମୟରେ ଦେଖିବାକୁ ମିଳିଛି । ଦିଲ୍ଲୀର ନୂଆ ଉପରାଜ୍ୟପାଳ ବିନୟ କୁମାର ସକସେନାଙ୍କ ଶପଥପାଠ କାର୍ଯ୍ୟକ୍ରମରେ  ପହଁଚିଥିଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । କିନ୍ତୁ ଏକ ଅପ୍ରତ୍ୟାଶିତ ଘଟଣା ଭାବେ ତାଙ୍କୁ ବସିବାକୁ ଉପଯୁକ୍ତ ସିଟ୍ ଖଣ୍ଡେ ମିଳିନଥିଲା । ଯେଉଁଥି ପାଇଁ  କାର୍ଯ୍ୟକ୍ରମ ଛାଡି ଚାଲିଆସିଲେ ହର୍ଷବର୍ଦ୍ଧନ  ଓ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ଅଭିଯୋଗ ମଧ୍ୟ କରିଥିଲେ ।

କାର୍ଯ୍ୟକ୍ରମ ବେଳେ ରାଗି ଯାଇଥିଲେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ରାଗରେ କହୁଛନ୍ତି ଏଭଳି ବ୍ୟବସ୍ଥା ହୋଇଛି, ବସିବାକୁ ସିଟ୍ ବି ନାହିଁ ।.  ଆଉ ବାହାରେ ତାଙ୍କୁ କେହିଜଣେ ପ୍ରଶ୍ନ କରିବାରୁ ରାଗରେ କହିଥିଲେ, ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଏଭଳି ଅବହେଳା  ଗୁରୁବାର ଦିଲ୍ଲୀରେ ନୂଆ ଉପ-ରାଜ୍ୟପାଳଙ୍କ ଶପଥ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।  ଦିଲ୍ଲୀର ନୁଆ ଉପରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ବିନୟ କୁମାର ସକସେନା । ୨୨ ତମ ଉପ-ରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି । ଦିଲ୍ଲୀର ପୂର୍ବ ଲେଫ୍ଟନାଂଟ ଗଭର୍ନର ଏଲଜି ଅନିଲ୍ ବୈଜଲଙ୍କ ଇସ୍ତଫା ପରେ ବିନୟ କୁମାର ସକସେନାଙ୍କୁ ବଛାଯାଇଛି । ତେବେ କର୍ପୋରେଟ୍ ଜଗତରୁ ଉପରାଜ୍ୟପାଳଙ୍କ ପଦ ସଂଭାଳିବାରେ ପ୍ରଥମ ବ୍ୟକ୍ତି ଅଟନ୍ତି ବିନୟ କୁମାର ସକସେନା । ଦିଲ୍ଲୀ ରାଜପୁର ରୋଡ ସ୍ଥିତ ରାଜନିବାସରେ ଗୁରୁବାର ଶପଥ ନେଇଛନ୍ତି ବିନୟ କୁମାର ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ହର୍ଷବର୍ଦ୍ଧନ ପହଁଚିଥିଲେ । ହେଲେ ଅତିଥିଙ୍କ ପାଇଁ ଆୟୋଜିତ ସ୍ଥାନରେ ତାଙ୍କୁ ବସିବା ପାଇଁ ସ୍ଥାନ ମିଳିନଥିଲା । ତେବେ ଫେରିବା ବାଟରେ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ହର୍ଷବର୍ଦ୍ଧନ କହିଥିଲେ କି ଏଭଳି ଅବ୍ୟବସ୍ଥା ପାଇଁ ସେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଅଭିଯୋଗ ପତ୍ର ଲେଖିବେ । ଘଟଣା ସମୟର ଏହି ଭିଡିଓ ସୋସିଆଲ ମିଡିଆରେ କ୍ରମଶ ଭାଇରାଲ ହେବାରେ ଲାଗିିଛି ।