ପଖାଳ ଖାଇଲେ ବିଧାୟକ ସୁର ରାଉତରାୟ । ମନଲୋଭା ବ୍ୟଞ୍ଜନ ସହ ପାଳିଲେ ପଖାଳ ଦିବସ ।

266

କନକ ବ୍ୟୁରୋ: ଆଜି ବିଶ୍ୱ ପଖାଳ ଦିବସ । ସବୁଠି ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳର ଆସର । ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଘରେ ପଖାଳ ଦିବସକୁ ନେଇ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏହି ଅବସରରେ ପଖାଳ ସହ ମନଲୋଭା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି । ଆମିଷ, ନିରାମିଷ ସହ ଭଳି କି ଭଳି ଖାଦ୍ୟର ପସରା ଖୋଲିଛନ୍ତି ବିଧାୟକ ସୁର ରାଉତରାୟ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର । ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣଅନୁକୋଣରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ “ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।