ଦେଶ ବିରୋଧୀ ଖବର ପ୍ରସାରଣ ଉପରେ ସରକାରଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ, ଜାଣନ୍ତୁ କେଉଁ କେଉଁ ୟୁଟ୍ୟୁବ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ

106

କନକ ବ୍ୟୁରୋ : ଦେଶ ବିରୋଧୀ ଖବର ପ୍ରସାରଣ, ବିଦେଶ ଖବରକୁ ଭୂଲ ଢଙ୍ଗରେ ପରିବେଶଣ କରିବା ସହ ସାର୍ବଜନୀକ ବ୍ୟବସ୍ଥା ଉପରେ ମିଛ ଖବର ପ୍ରସାରଣ କରୁଥିବା ୟୁଟ୍ୟୁବ ଚ୍ୟାନେଲ ସହ କିଛି ପାକିସ୍ତାନୀ ଚ୍ୟାନେଲ ଉପରେ ବ୍ୟାନ ଲଗାଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ ଏନେଇ ୧୬ ଟି ଭାରତୀୟ ୟୁଟ୍ୟୁବ ଚ୍ୟାନେଲ ଓ ୬ ଟି ପାକିସ୍ତାନୀ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ କ୍ରମରେ ଜରୁରୀକାଳୀନ ଶକ୍ତିକୁ ବ୍ୟବହାର କରି ଏହି ପ୍ରତିବନ୍ଧକ ଲଗାଯାଇଛି ।

ଏନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ବ୍ୟାନ ହୋଇଥିବା ସମସ୍ତ ଚ୍ୟାନେଲ ଭାରତ ବିରୋଧୀ କଣ୍ଟେଣ୍ଟ ସହ ଦେଶରେ ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ଭଳି ଖବର ପ୍ରସାରଣ କରୁଥିଲେ । ବ୍ୟାନ ହୋଇଥିବା ଚ୍ୟାନେଲଗୁଡିକର ଦର୍ଶକ ସଂଖ୍ୟା ୬୮ କୋଟିରୁ ଅଧିକ ବୋଲି ମନ୍ତ୍ରଣାୟ ସୂଚନା ଦେଇଛି ।

ସେପଟେ ସରକାରଙ୍କ ତରଫରୁ କୁହାଯାଇଛି କି, ଏହି ଚ୍ୟାନେଲଗୁଡିକ ଆଇଟି ନିୟମ ୨୦୨୧ ର ଧାରା ୧୮ ମୁତାବକ ମନ୍ତ୍ରଣାଳୟକୁ ଆବଶକୀୟ ସୂଚାନ ପ୍ରଦାନ କରି ନଥିଲେ । ଅନ୍ୟପଟେ ଏହି ଚ୍ୟାନେଲଗୁଡିକ ଦେଶର ନିର୍ଦ୍ଦିଷ୍ଠ ଏକ ସମୁଦାୟକ ଆତଙ୍କବାଦୀ ବୋଲି ଅଭିହିତ କରି ଖବର ପ୍ରସାରଣ କରୁଥିଲେ ।

ସେହିଭଳି ବ୍ୟାନ ହୋଇଥିବା ୬ ଟି ପାକିସ୍ତାନୀ ଚ୍ୟାନେଲଗୁଡିକୁ ଭାରତୀୟ ସେନା, ଜମ୍ମୁ କାଶ୍ମୀର ପ୍ରସଙ୍ଗ ଓ ବିଦେଶ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ମିଛ ଖବର ପ୍ରସାରଣ କରିବା ପାଇଁ ବ୍ୟବହାର କରାଯାଉଥିଲା ।