କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲେ ମେଘାଳୟ ରାଜ୍ୟପାଳ । ଉପ ରାଷ୍ଟ୍ରପତି ପଦକୁ ନେଇ କହିଲେ ଏଭଳି କଥା

697

କନକ ବ୍ୟୁରୋ : ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ମୋତେ ବି ଇଶାରା ଦିଆଯାଇଥିଲା କି, ଯଦି ତୁମେ ଚୁପ୍ ରହିବ ତେବେ ତୁମକୁ ଉପ ରାଷ୍ଟ୍ରପତି କରିଦିଆଯିବ । ହେଲେ ଏହାକୁ ସେ ପତ୍ୟାଖାନ କରିଦେଇଥିବା କଥା କହିଛନ୍ତି । ସେ ଆହୁରି କହିଛନ୍ତି କି, ବିଜେପିରେ ଏଭଳି ଅନେକ ନେତା ଅଛନ୍ତି ଯାହାଙ୍କ ଉପରେ ଇଡି, ସିବିଆଇ ଓ ଆଇଟି ବିଭାଗର ଚଢାଉ ହୋଇପାରିବ । ହେଲେ ସରକାର ଏଭଳି ଦଳୀୟ ନେତାଙ୍କ ଉପରେ ଚଢାଉ ହେବାକୁ ଦେଉ ନାହାଁନ୍ତି । ଏହାସହ ରାଜ୍ୟପାଳ କାର୍ଯ୍ୟକାଳ ସରିବା ପରେ ତୁରନ୍ତ କୃଷକଙ୍କ ମଧ୍ୟରେ ରହିବାକୁ ସେ କହିଛନ୍ତି ।

ରବିବାର ଦିନ ସତ୍ୟପାଲ ମଲ୍ଲିକ ରାଜସ୍ତାନ ଗସ୍ତରେ ଆସିଛନ୍ତି । ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କହିଥିଲେ କି ମୁଁ ଯାହା ଅନୁଭବ କରେ ତାହା କହିଦିଏ । ଯଦି କିଛି ସତ କଥାକହି କିଛି ହରେଇବାକୁ ପଡେ ତେବେ ତା ପାଇଁ ମୁଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ସେପଟେ ଇଡି ଓ ସିବିଆଇର ଛାଟ କେବଳ ବିରୋଧୀ ନେତାଙ୍କ ଉପରେ ପଡୁଛି କିନ୍ତୁ ବିଜେପିର ଅନେକ ନେତା ଅଛନ୍ତି ଯେଉଁମାନଙ୍କ ଉପରେ ଜାତୀୟ ଯାଂଚ ଏଜେନ୍ସିର ଛାଡ ପଡିପାରିବ ।

ସେପଟେ କୃଷକମାନଙ୍କ ଉତ୍ପାଦିତ ଖାଦ୍ୟ ଶଷ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ନେଇ ସତ୍ୟପାଲ କହିଛନ୍ତି କି ମୋତେ ଲାଗୁ ନାହିଁ ସରକାର ଏନେଇ କିଛି ନିଷ୍ପତ୍ତି ନେବେ । ସେପଟେ ଆଦାନୀଙ୍କ ସଂମ୍ପତ୍ତି ଯେଉଁ ତୁଳନାରେ ବଢୁଛି ସେହି ତୁଳନାରେ କୃଷକଙ୍କ ଆୟ କାହିଁକି ବଢୁନାହିଁ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।