ହ୍ୟାକ୍ ହେଲା ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ । ଚୀନର ହ୍ୟାକର ହ୍ୟାକ୍ କରିନେଇଥିବା ସୂଚନା । 

112

କନକ ବ୍ୟୁରୋ: ହ୍ୟାକ୍ ହେଲା ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ । ପୁରୀ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିଦେଇଛନ୍ତି ହ୍ୟାକର । ତେବେ ମିଳିଥିବା ସୂଚନା ମୁତାବକ ଚୀନର କୌଣସି ଏକ ହ୍ୟାକର ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଆକାଉଣ୍ଟକୁ ହ୍ୟାକ୍ କରିନେଇଛି । ତେବେ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ପୁରୀ ଜିଲ୍ଲାପାଳ ଏହାକୁ ନେଇ ଆକ୍ସନ ନେଇଛନ୍ତି । ତୁରନ୍ତ ଏ ଘଟଣାର ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଆଜି ଅପରାହ୍ନ ସମୟରେ ପୁରୀ ଜିଲ୍ଲାପାଳଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେଇଯାଇଥିବା ଦେଖିବାକୁ ମିଳିଥିଲା । ହ୍ୟାକ୍ ହେବାର କିଛି ସମୟ ପରେ ହ୍ୟାକର ଜଣକ ଅନେକ ଟୁଇଟକୁ ରି-ଟୁଇଟ୍ କରିଥିଲା । ଖାଲି ସେତିକି ନୁହେଁ କିଛି କାର୍ଟୁନ ଫଟୋକୁ ମଧ୍ୟ ସେୟାର କରିଥିଲା ହ୍ୟାକର । ତେବେ ଦୀର୍ଘ ସମୟ ପରେ ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ହ୍ୟାକିଂରୁ ମୁକ୍ତ କରାଯାଇପାରିନାହିଁ ।