ବୁଡିଯିବ ମୁମ୍ବାଇ, ବ୍ୟାଙ୍କକ୍, ଲଣ୍ଡନ, ନ୍ୟୁୟର୍କ ଭଳି ୭ ବଡ ସହର, ଜଳବାୟୁ ପରିବର୍ତନ ଉପରେ ଜାତିସଂଘର ରିପୋର୍ଟକୁ ନେଇ ଚର୍ଚ୍ଚା

222

କନକ ବ୍ୟୁରୋ : ବଢୁଛି ସମୁଦ୍ର ଜଳସ୍ତର । ସମୁଦ୍ର ପାଣିରେ ଲୀନ ହେବ ଉପକୂଳବର୍ତୀ ବିଶ୍ୱର ବଡ ବଡ ସହର । ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ବୈଜ୍ଞାନିକମାନ ଏହି ସୂଚନା ଦେଇଛନ୍ତି । ଜେନେଭାର ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ୱାଲଡ ମେଟ୍ରୋଲୋଜିକାଲ ଅରଗାଇନେଜସ ଏକ ରିପୋର୍ଟ ଜାରି କରିଛି । ରିପୋର୍ଟରେ କୁାହାଯାଇଛି ଭାରତ, ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ମାଡି ଆସୁଛି ସମୁଦ୍ର । ସମୁଦ୍ରଜଳସ୍ତର ବୃଦ୍ଧି ଏହି ସବୁ ଦେଶ ପାଇଁ ବିପଦ ନେଇ ଆସୁଛି ।

ଜଳସ୍ତର ବଢିବା ଯୋଗୁଁ ସାଂଘାଇ, ବ୍ୟାଙ୍କକ, ଜାକାର୍ତା, ମୁମ୍ବାଇ, ମାପୁଟୋ, ଲାଗୋସ କାହିରା, ଲଣ୍ଡନ, କୋପେନହାଗେନ, ନ୍ୟୁୟର୍କ, ଲସ ଆେଂଜଲସ ପରି ବଡ ବଡ ସହର ରହିଛି । ତେବେ ଗ୍ଲୋବାର ୱାମିଂ ଯୋଗୁଁ ଗ୍ଲେସିୟର ତରଳିବା ଏହାର ଏକ ପ୍ରମୁଖ କାରଣ ବୋଲି ବିଶେଷଜ୍ଞ କହିଛନ୍ତି । ସେପେଟ ସମାନ ଆକଳନ କରିଛି ମିଳିତ ଜାତିସଂଘ । ଜଳବାୟୁ ପରିବର୍ତନ ଯୋଗୁଁ ଏଭଳି ଘଟଣା ୨୦୩୪ ମସିହା ସୁଦ୍ଧା ଘଟିବା ନେଇ ମିଳିତ ଜାତିସଂଘ ମହାସଚିବ ଆଟୋଂନିଓ ଗୁଟେରେସ କହିଛନ୍ତି । ଏଥିସହ ଏହି ସମସ୍ୟାର ମୁକାବିଲା ଆଜିଠୁ ଆରମ୍ଭ କରିବା ଉଚିତ ବୋଲି କହିଛନ୍ତି ୟୁଏନ ମୁଖ୍ୟ ।