କେନ୍ଦ୍ର କ୍ୟାବିନେଟର ବଡ ଫଇସଲା । ସୀମାବର୍ତୀ ଗାଁ ହେବ ମଜବୁତ, ୫ହଜାର କୋଟି ବଜେଟରେ ୧୯ ଜିଲ୍ଲା ୨୯୬୬ ଗାଁ ହେବ ବିକଶିତ

215

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ଫଇସଲା । ଦେଶର ସୀମାକୁ ମଜବୁତ କରିବା ପାଇଁ ଭାଇବ୍ରେଂଟ ଭିଲେଜ ପୋଗ୍ରାମକୁ ମଂଜୁରୀ ମିଳିଛି । ଏହି ଯୋଜନା ଦ୍ୱାରା ସୀମାରେ ଥିବା ଗାଁଗୁଡିକର ଭିତିଭୂମିକୁ ଅଧିକ ମଜବୁତ କରାଯିବ । ଏହା ପାଇଁ ୪୮୦୦କୋଟି ଟଙ୍କାର ବଜେଟ ରହିଛି । ଏହା ଦ୍ୱାରା ରୋଜଗାର ବୃଦ୍ଧି ସହ ଗାଁ ଗୁଡିକ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ରହିଛି । ରୋଜଗାର ଅଭାବରୁ ସୀମାବର୍ତୀ ଗାଁଲୋକ ପଳାୟନ କରୁଥିଲେ । ତେଣୁ ପଳାୟନ ରୋକିବା, ଭିତିଭୂମି ମଜବୁତ କରିବା ଓ ରୋଜଗାର ବୃଦ୍ଧି ପାଇଁ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକରୁ କହିଛନ୍ତି ଲଦାଖ, ହିମାଚଳ, ଉତରାଖଣ୍ଡ, ସିକିମ ଓ ଅରୁଣାଚଳପ୍ରଦେଶର ମୋଟ ୧୯ଟି ଜିଲ୍ଲାର ୨୯୬୬ ଗାଁର ସଡକ ଓ ଅନ୍ୟାନ୍ୟ ଭିତିଭୂମି ମଜବୁତ କରାଯିବ ।

ଏଥିସହ ମୋଦି କ୍ୟାବିନେଟ ସିଙ୍କୁଳନା ଟର୍ଣ୍ଣେଲ ନିର୍ମାଣ ପାଇଁ ମଂଜୁରୀ ଦେଇଛନ୍ତି । ଲଦାଖ ପାଇଁ ଅଲୱେର ରୋଡ କନେକ୍ଟିଭ ସୁବିଧା ମିଳିବ । ଏହା ଲମ୍ବା ୪.୮ କିଲୋମିଟର ହେବ । ୧୬ଶହ କୋଟି ଖର୍ଚ୍ଚ ହେବ । ସେନାର ମୁଭମେଂଟ ବୃଦ୍ଧି ପାଇବ । ତେବେ ଚୀନ-ଭାରତ ସୀମା ବିବାଦ ଭିତରେ କେନ୍ଦ୍ରର ଏହା ବଡ ନିଷ୍ପତି । ଆଇଟିବିପି ଜବାନଙ୍କ ପାଇଁ ୭ଶହ ନୂଆ ବାଟିଲିୟନ, ୯ହଜାର ୪ଶହର ଏକ ଅପରେସନାଲ ବେସ ସ୍ଥାପନ ହେବ ।