ଏମିତି ବି ଆସେ ମୃତ୍ୟୁ । ଝିଅ ବାହାଘର ଚାଲିଥିଲା, ବାଟବରଣ ପାଇଁ ଛିଡ଼ା ହୋଇଥିବା ବେଳେ ମାଡ଼ି ଆସିଲା ମୃତ୍ୟୁ

1,152

କନକ ବ୍ୟୁରୋ: ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀରେ ମଙ୍ଗଳବାର ରାତିର ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଘଟଣାର ଦୁଇଦିନ ପରେ ଦୁର୍ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିଲେ ଆପଣଙ୍କ ଦେହ ଶିତେଇଯିବ । ରାସ୍ତା ଉପରେ ଜ୍ୱାଇଁକୁ ସ୍ୱାଗତ ପାଇଁ ବାଟବରଣ ଚାଲିଥିବାବେଳେ ପବନବେଗରେ ସ୍କର୍ପିଓ ଆସି କନ୍ୟାଯାତ୍ରୀଙ୍କୁ ଧକ୍କା ଦେଉଛି ଆଉ ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି ।

ଝିଅ ବାହାଘର ଚାଲିଥିଲା, ବାଟବରଣ ହେଉଥିଲା । ଜ୍ୱାଇଁଙ୍କୁ ସ୍ୱାଗତ ପାଇଁ ରାସ୍ତା ଉପରେ ଛିଡା ହୋଇଥିବାବେଳେ ହଠାତ୍ ମାଡିଆସିଥିଲା ମୃତ୍ୟୁର ଦୂତ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପଟୁ ପବନ ବେଗରେ ସ୍କର୍ପିଓ ଆସି କନ୍ୟାଯାତ୍ରୀଙ୍କୁ ଏମିତି ଧକ୍କା ଦେଲା ଯେ ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଲେ । ମଙ୍ଗଳବାର ରାତିରେ ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀରେ ଘଟିଥିବା ଭୟଙ୍କର ଦୁର୍ଘଟଣାର ଚିତ୍ର ଦେଖିଲେ ନିଶ୍ଚିତ ଭାବେ ଜଣକର ଲୋମ ଟାଙ୍କୁରି ଉଠିବ ।

  • ହସଖୁସିର ସ୍ଥାନରେ ଯନ୍ତ୍ରଣାର ଚିତ୍କାର
  • ମାଣ୍ଡିଆପଲ୍ଲୀ ସ୍ତବ୍ଧ ଓ ନିର୍ବାକ

ମଙ୍ଗଳବାର ରାତିରେ ମାଣ୍ଡିଆପଲ୍ଲୀ ଗାଁରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି । କନ୍ୟାଯାତ୍ରୀଙ୍କ ଉପରେ ଗାଡି ମାଡିଯିବା ଫଳରେ ଜଣେ ନାବାଳିକା ସମେତ ୩ ଜଣ ପ୍ରାଣ ହରାଇଛନ୍ତି । ୧୩ରୁ ଅଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଗାଡି ଡ୍ରାଇଭର ଚମ୍ପଟ ମାରିବାକୁ ଉଦ୍ୟମ କଲାବେଳେ ଏକ ଘର ଆଗରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଡ୍ରାଇଭର ଫେରାର ହୋଇଯାଇଛି । ମାଣ୍ଡିଆପଲ୍ଲୀ ଦୁର୍ଘଟଣା ପରେ ଗାଁ ସ୍ତବ୍ଧ ଓ ନିର୍ଭୀକ ହୋଇଯାଇଛି । ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି । ହସଖୁସିର ପରିବେଶ ହଠାତ ଯନ୍ତ୍ରଣା ପାଲଟିଯିବା କଥାକୁ ହୁଏତ ଗାଁ ଲୋକେ ଅନେକଦିନ ଯାଏଁ ଭୁଲିପାରିବେନି ।