ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାର ଆଭିମୁଖ୍ୟ ନେଇ ଛତିଶଗଡ଼ର ଆପତି । ପ୍ରେସ ରିଲିଜ୍ ଜରିଆରେ ମୁଖ୍ୟ ଯନ୍ତ୍ରୀ ଭ୍ରମାନ୍ତକ ତଥ୍ୟ ଦେଇଥିବା ଅଭିଯୋଗ କଲା ପଡ଼ୋଶୀ

126

କନକ ବ୍ୟୁରୋ : ଓଡ଼ିଶାର ଦାବି ଉପରେ ଛତିଶଗଡ଼ର ଆପତି । ମହାନଦୀ ଜଳ ବିବାଦ ନେଇ ଓଡ଼ିଶାକୁ କାଉଣ୍ଟର କରିଛି ଛତିଶଗଡ଼ । ଓଡ଼ିଶା ଗଣମାଧ୍ୟମରେ ପ୍ରକାଶିତ କିଛି ଖବରକୁ ଦୃଢ ଭାବେ ଖଣ୍ଡନ କରିଛି ଛତିଶଗଡ଼ । ଓଡ଼ିଶାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି ପଡୋଶୀ ରାଜ୍ୟ । ସର୍ବୋଚ୍ଚ ଯନ୍ତ୍ରୀଙ୍କ ମନ୍ତବ୍ୟ ପ୍ରୋଟୋକଲର ଖୋଲାଖୋଲି ଉଲ୍ଳଙ୍ଘନ ଏବଂ ଛତିଶଗଡ଼ର ସବୁ ପ୍ରକଳ୍ପଠୁ ହୀରାକୁଦର ଜଳଧାରଣ କ୍ଷମତା ଅଧିକ ବୋଲି କହିଛି ।

ସାଟେଲାଇଟ ଚିତ୍ରର ପ୍ରମାଣ ଦେଖାଇଲା ଛତିଶଗଡ଼ । ଟ୍ରିବ୍ୟୁନାଲ ଗସ୍ତ ସମୟରେ ବିବୃତି ରଖିବା ନିୟମର ଉଲ୍ଲଙ୍ଘନ । ଛତିଶଗଡ଼ରେ ବୁନ୍ଦାଏ ବୁନ୍ଦାଏ ଜଳକୁ ସଂରକ୍ଷିତ କରାଯାଉଛି, ଯାହାର ଲାଭ ପାଉଛି ଓଡ଼ିଶା ଏବଂ ଓଡ଼ିଶା ପକ୍ଷରୁ ଜଳ ସଂରକ୍ଷଣ ନେଇ ଉଦ୍ୟମ ହେଉନି ବୋଲି ଛତିଶଗଡ଼ ଅଭିଯୋଗ କରିଛି ।