କିିଏ ଗଢିବ ଓଡିଶାରେ ସରକାର? ବିଜେଡି,ବିଜେପିର ଦାବି ଆମେ କରିବୁ ସରକାର ।

1,705

କନକବ୍ୟୁରୋ: କିଏ ଗଢିବ ସରକାର କାହାକୁ ବାଛିବେ ଜନତା । କଣ ରହିବ ରାଜନୈତିକ ଆଭିମୁଖ୍ୟ ଚାଲିଛି ଆକଳନ । ଚାଲିଛି ବିଜେପି ବିଜେଡି କଂଗ୍ରେସର ଘନଘନ ପ୍ରଚାର ।ଏହାରି ମଧ୍ୟରେ ଓଡିଶାକୁ ଆସୁଛନ୍ତି କେନ୍ଦ୍ରୀୟ ବିଜେପିର ହେଭିୱେଟ କରୁଛନ୍ତି ପ୍ରଚାର । ସିଧାସଳଖ ବିଜେଡିକୁ ଆସି ଟାର୍ଗେଟ କରୁଛନ୍ତି । ପ୍ରଧାନମନ୍ତ୍ରା ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ,ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଓଡିଶାକୁ ଆସୁଛନ୍ତି ।

ଏଥିସହ ବିଜୁ ଜନତା ଦଳକୁ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ କଡା ସମାଲୋଚନା କରୁଛନ୍ତି । କିନ୍ତୁ ସମସ୍ତଙ୍କ ମୁହଁରେ ଗୋଟିଏ କଥା ରତ୍ନଭଣ୍ତାର ଚାବି କଥା । ଗୋଟିଏ କଥାରେ ସମସ୍ତେ ଟାର୍ଗେଟ କରିବା ସହ କଡା ସମାଲୋଚନା କରୁଛନ୍ତି । ଏଥିସହ ଗୋଟିଏ କଥା କହିଚାଲିଛନ୍ତି ଚାବି ନେଲା କିଏ ? ଚାବି ହଜିଲା କେମିତି । ଯଦି ଚାବି ହଜିଲା ତେବେ ଚାବିର ଡୁପ୍ଲିକେଟ ଚାବି କଲା କିଏ? ବର୍ତ୍ତମାନ ଚାବି ଅନ୍ୟ ରାଜ୍ୟକୁ ଗଲା କେମିତି । ଚାବି ନେଇ କୈାଣସି କଥା ବି ବିଜେଡି କାହିଁକି କହୁନାହିଁ ।

ସେପଟେ ଏହି ପ୍ରସଙ୍ଗରେ ବିଜେଡି ପ୍ରତିକ୍ରିୟା ରଖିଛି ରଥଯାତ୍ରା ସମୟରେ ରତ୍ନଭଣାର ଖୋଲାଯିବ । କେବଳ ଚାବି ଥିବା କଥା କହୁଛି । କିନ୍ତୁ ଆଜିଯାଏଁ ଓଡିଶାବାସୀଙ୍କୁ ଭୁଁଆ ବୁଲାଉଥିବା କହିଛନ୍ତି କେନ୍ଦ୍ରୀୟ ବିଜେପିର ହେଭିୱେଟ ନେତାମାନେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନଘନ ଓଡିଶା ଗସ୍ତ ଏଥିସହ ବାରମ୍ବାର ସେ ଦୃଢତାର ସହ କହିଛନ୍ତି ଓଡିଶାରେ ହେବ ଡବଲ ଇଂଜିନ ସରକାର । ଏଥିସହ ସେ ଭୁବନେଶ୍ୱର ପରେ ସୋମବାର ପୁରୀରେ ମଧ୍ୟ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ।

ରୋଡ ସୋ ଦେଖିବାକୁ ମିଳିଥିଲା ଜନସମୁଦ୍ର । ଏହାପରେ ଅନୁଗୁଳୁ,କଟକର ଜନସଭାକୁ ସମ୍ଭୋଧିତ କରିଥିଲେ ଆସନ୍ତାକାଲି । ଏଥିସହ ଓଡିଆ ଭାଷା, ଅସ୍ମିତା ଭାଷା ପରିଚୟ ସହିତ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ତୀକ୍ଷ୍ମ ଆକ୍ରମଣ କରିଥିଲେ । । ପୁବରୁ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା ଓ ଅନ୍ୟନେତାମାନେ ମଧ୍ୟ ଏହି ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ କଡା ଆଭିମୁଖ୍ୟ କରିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଚାବି ନେଲା କିଏ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଚାବି ନେଇଥିବା ବ୍ୟକ୍ତିକୁ ଯେ ପାତାଳକୁ ଯାଇ ଖୋଜି ଆଣିବେ ବୋଲି କହିଛନ୍ତି । ପ୍ରଥମ ଦିନରୁ ମୋଦି କହିବା ପରେ ଏହାପରେ ବିଜେପିରୁ ଅନ୍ୟନେତାମାନେ ମଧ୍ୟ ଏହି ପ୍ରସଙ୍ଗରୁ କଡା ଆଭିମୁଖ୍ୟ କରିବା ଆରମ୍ଭ କରିଦେଇଛନ୍ତି । ତେବେ ଏଠି ଗୋଟିଏ ପ୍ରଶ୍ନ ରତ୍ନ ଭଣ୍ାର ପ୍ରସଙ୍ଗ ବିଜେଡିକୁ ଭାରି ପଡିବ କି ? କି ଓଡିଶାରେ ନିବାଚନ ଜିତିବା ନେଇ ଆଧାର କରି ବିଜେପି ଯେଉଁ ପ୍ରଚାର କରୁଛି ସେଥିରେ ସଫଳ ହେବେ କି ? ତାହା ଏବେ ଜନତାଙ୍କ ହାତରେ ନିଷ୍ପତ୍ତି ।