‘ଆଦିବାସୀଙ୍କ ଉନ୍ନତି ପାଇଁ ବିଜେପି ସଙ୍କଳ୍ପବଦ୍ଧ’ : କେନ୍ଦୁଝରରେ ଆଦିବାସୀଙ୍କ ବିକାଶ ଯୋଜନା କଥା ବଖାଣିଲେ ଅମିତ ଶାହ ।

59

କନକ ବ୍ୟୁରୋ : କେନ୍ଦୁଝରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କ୍ରମରେ ଅମିତ ଶାହ କହିଛନ୍ତି, ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ମୋଦୀ ରାଷ୍ଟ୍ରପତି କରିଛନ୍ତି । ଏହାସହ ଆଦିବସୀ ସମ୍ପ୍ରଦାୟକୁ ଉଚିତ ସମ୍ମାନ ଦେଇଛନ୍ତି । ଆଦିବାସୀଙ୍କ କଲ୍ୟାଣ ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କାମ କରିଥିଲେ । ଏବେ ଏହାକୁ ଆଗକୁ ନେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଏହାସହ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହା କହିଛନ୍ତି, ‘କଂଗ୍ରେସ ସରକାର ସମୟରେ ଆଦିବାସୀଙ୍କ କଲ୍ୟାଣ ପାଇଁ ମାତ୍ର ୨୫ ହଜାର କୋଟି ମିଳୁଥିଲା । କିନ୍ତୁ ନରେନ୍ଦ୍ର ମୋଦୀ ସରକାର ଏହାକୁ ବୃଦ୍ଧି ୧ ଲକ୍ଷ ୨୫ ହଜାର କୋଟି କରିଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୭୪୦ ଏକଲବ୍ୟ ବିଦ୍ୟାଳୟ ମୋଦୀ ସରକାର ଛିଡା କରିଥିବା ବେଳେ ୪୦ ହଜାର ଆଦିବାସୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । । ବିଜେପି ଓଡ଼ିଶା ପାଇଁ ଯେଉଁ ସଂକଳ୍ପପତ୍ର ଆଣିଛି ସେଥିରେ କେନ୍ଦୁପତ୍ର ତୋଳାଳୀଙ୍କ ପାରିଶ୍ରମିକ ବୃଦ୍ଧି ସହ ସେମାନଙ୍କୁ ବୋନସ ଦେବାକୁ ନିଷ୍ପତ୍ତି ନେଇଛି । ଏହି ଆଦିବାସୀ ଅଞ୍ଚଳରେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୫୦୦ ବେଡ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବେ ମୋଦୀ ସରକାର’ ।