ଦୁନିଆର ସବୁଠାରୁ କଠୋର ଏକଛତ୍ରବାଦ ଶାସକ ଥିଲେ ହିଟଲର, ଜାଣନ୍ତୁ ବିବାହ ପରଦିନ ସ୍ତ୍ରୀଙ୍କ ସହ କାହିଁକି କରିଥିଲେ ଆତ୍ମହତ୍ୟା

2,809

କନକ ବ୍ୟୁରୋ : ଆଡଲଫ୍ ହିଟଲର ଜଣେ ଅଷ୍ଟ୍ରିଆ ବଂଶୋଦ୍ଭବ ଭାବେ ଜର୍ମାନର ରାଜନେତା ଥିଲେ । ଯିଏ କି, ୧୯୩୩ ରୁ ୧୯୪୫ ପର୍ଯ୍ୟନ୍ତ ଜର୍ମାନବାସୀଙ୍କ ଉପରେ ଏକଛତ୍ରବାଦ ଶାସନ ଚଳାଇଥିଲେ । ସେ ନାଜି ପାର୍ଟିର ନେତା ଭାବେ କ୍ଷମତାକୁ ଆସିଥିଲେ ।

ହେଲେ ହିଟଲର ୧୯୪୫ ଏପ୍ରିଲ ୩୦ ତାରିଖରେ ନବବିବାହିତ ସ୍ତ୍ରୀଙ୍କ ସହ ଆତ୍ମହତ୍ୟା କରିଥିଲେ । ତାଙ୍କ ଶାସନ କାଳର ଇତିହାସ ଯଦି କହିବା ତେବେ ସେ ୧୯୩୯ ସେପ୍ଟେମ୍ବର ମାସରେ ପୋଲାଣ୍ଡ ଉପରେ ଆକ୍ରମଣ କରି ଦ୍ୱିତୀୟ ବିଶ୍ୱଯୁଦ୍ଧର ଶୁଭାରମ୍ଭ କରିଥିଲେ । ସେ ତାଙ୍କ ଜୀବନ କାଳରେ ୬୦ ଲକ୍ଷରୁ ଅଧିକ ୟୁହୁଦୀମାନଙ୍କୁ ମୃତ୍ୟୁର କାରଣ ପାଲଟିଥିଲେ ।

ହେଲେ ସମୟ ଏଭଳି ଆସିଲା ଯେ ହିଟଲର ନିଜ ପ୍ରେମିକା ଇବା ବ୍ରୋନଙ୍କ ବିବାହ କରିବାର ଗୋଟିଏ ଦିନ ପରେ ଇବା ବ୍ରୋନଙ୍କ ସହ ମିଶି ୫୦ ଫୁଟ ତଳେ ନିର୍ମାଣ ହୋଇଥିବା ଏକ ବଙ୍କର ମଧ୍ୟରେ ଆତ୍ମହତ୍ୟା କରିଥିଲେ । ଏନେଇ ହିଟଲରଙ୍କ ବ୍ୟକ୍ତିଗତ ସହାୟକ ଓଟୋ ଗୁଶ୍ନେ କହିଥିଲେ କି ମୃତ୍ୟୁ ପରେ ଇବା ବ୍ରୋନଙ୍କ ଶରୀର ଜଳି ବାଦାମ ଭଳି ଗନ୍ଧ ଆସୁଥିଲା । ଏଥିରୁ ଅନୁମାନ କରାଯାଇଥିଲା କି ସେ ସାଇନାଇଡ ବଟିକା ଖାଇଦେଇଥିଲେ । ଏକଛତ୍ରବାଦ ଶାସକ ହିଟଲରଙ୍କ ମୃତ୍ୟୁକୁ ଏବେ ୭୮ ବର୍ଷ ପୁରା ହୋଇଛି ।