ବନ୍ଧା ହେଲେ କ୍ୱିକ୍ କ୍ଲିକ ଆଡ ମିଡିଆର ପ୍ରତିଷ୍ଠାତା । ବିଜ୍ଞାପନ ଦେବାକୁ କହି ଏଲଇଡି କିଣିବାକୁ କରୁଥିଲେ ପ୍ରଲୋଭିତ ।

119

କନକବ୍ୟୁରୋ:ବନ୍ଧା ହେଲେ କ୍ୱିକ୍ କ୍ଲିକ ଆଡ ମିଡିଆର ପ୍ରତିଷ୍ଠାତା ବିମଳାନନ୍ଦ ଭୂୟାଁ । ବିଜ୍ଞାପନ ଦେବାକୁ କହି ଏଲଇଡି କିଣିବାକୁ କରୁଥିଲେ ପ୍ରଲୋଭିତ । ୨ କୋଟି ଟଂକା ଠକେଇ ଘଟଣାରେ ବାନ୍ଧିଲା ଇଓଡବ୍ଲୁ । ଅଭିଯୁକ୍ତ ବିମଳାନନ୍ଦ ଭୂୟାଁଙ୍କୁ ଲକ୍ଷେ୍ନøର ଇନ୍ଦିରା ନଗରରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସମ୍ବଲପୁରର ବିକାଶ ପୋଦାର ପୂର୍ବରୁ ଏନେଇ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ ।

ତଦନ୍ତ ପରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ବିମଳାନନ୍ଦ ଭୂୟାଁ ଓ ତାଙ୍କ ପତ୍ନୀ ରମୀ ର୍ଭୂଞା ୨୦୧୭-୧୮ରୁ ବିଭିନ୍ନ ଏଜେନ୍ସିର ବିଜ୍ଞାପନ ଦେବାକୁ କହି ଏଲଇଡି କିଣିବାକୁ ପ୍ରଲୋଭିତ କରିଥିଲେ । ପ୍ରଥମେ ୫୩ଜଣଙ୍କ ଠାରୁ ୧କୋଟି ୨୦ଲକ୍ଷ ଟଙ୍କା ଠକି ନେଇଥିଲେ । ପରେ ସମୁଦାୟ ଶହେ ଜଣଙ୍କ ଠାରୁ ୨କୋଟି ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲେ ।

ଛତିଶଗଡ଼ ରାୟପୁରର ଶ୍ୟାମନଗରରେ ହେଡ ଅଫିସ ଥିବା ବେଳେ ଜଗଦଲପୁର ଓ ଭୁବନେଶ୍ୱରର ଜୟଦେବ ବିହାରରେ ବ୍ରାଂଚ ଅଫିସ କରିଥିଲେ । ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ମୟୁରଭଂଜ, ବାଲେଶ୍ୱର, ରାଉରକେଲା, ସମ୍ବଲପୁର ଓ ଗଂଜାମର ଲୋକଙ୍କ ଠାରୁ ଠକେଇ ହୋଇଥିବା ଅଭିଯୋଗ ରହିଛି ।