ମା’ ମଝିଘରିଆଣିଙ୍କ ସୁନାବେଶ । ଦେବୀଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ ।

61

କନକ ବ୍ୟୁରୋ: ମାଙ୍କ ଦଶହରା ପୂଜା ପାଇଁ ରାୟଗଡ଼ା ଜିଲ୍ଲାର ସମସ୍ତ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ସେଥିପାଇଁ ସମସ୍ତ ପ୍ରମୁଖ ଦେବୀ ପୀଠରେ ମା’ଙ୍କ ଦଶମୀ ପୂଜା ହୋଇଛି । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କୁ ସୁନା ବେଶ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମା’ଙ୍କ ଏହି ବେଶ ଦର୍ଶନ କରିଛନ୍ତି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭୋରରୁ ମଙ୍ଗଳ ଆରତୀ ପରେ ସ୍ୱତନ୍ତ୍ର ଭାବେ ପୂଜକମାନେ ସୁନା ଅଳଙ୍କାର, ଫୁଲ ଓ ଫଳ ସହାୟତାରେ ମା’ଙ୍କୁ ବେଶ କରିଥିଲେ । ମା’ଙ୍କ ଏହି ଅପୂର୍ବ ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥିଲା । ପରମ୍ପରା ଅନୁଯାୟୀ ତହସିଲ କାର୍ଯ୍ୟାଳୟ ପଛପଟେ ଥିବା ଖଣ୍ଡା ଘରୁ ମା’ଙ୍କ ମନ୍ଦିରକୁ ଏକ ଖଣ୍ଡା ପ୍ରତିପଦା ଦିନ ଅଣାଯାଇ ଗୁପ୍ତ ପୂଜା କରାଯାଇଥାଏ । ଦଶ ଦିନ ବ୍ୟାପୀ ଗୁପ୍ତପୂଜା ପରେ ଦଶହରା ରାତିରେ ଖଣ୍ଡାକୁ ପୁଣି ମନ୍ଦିରକୁ ନିଆଯାଇଥାଏ । ଭକ୍ତମାନେ ମାନସିକ କରି ମା’ଙ୍କ ନିକଟରେ ଦ୍ୱୀପ ପ୍ରଜ୍ୱଳନ କରିଛନ୍ତି । ମାଙ୍କୁ ନିକଟରେ ପାଇ ଭକ୍ତ ମଧ୍ୟ ବେଶ ଖୁସି ହୋଇଛନ୍ତି ।