ଭଦ୍ରକ ବସ୍ ସିଣ୍ଡିକେଟ୍ ପକ୍ଷରୁ ବନ୍ଦ ଘୋଷଣା । ଜୋର ଜବରଦସ୍ତ ଦାଦାବଟି ଆଦାୟକୁ ହୋଇଥିଲା ଅଭିଯୋଗ ।

77

କନକ ବ୍ୟୁରୋ: ଭଦ୍ରକ ବସ୍ ସିଣ୍ଡିକେଟ୍ ପକ୍ଷରୁ ବସ୍ ଚଳାଚଳ ବନ୍ଦ । ବନ୍ଦ ଡାକରା ଯୋଗୁଁ ସମସ୍ତ ଲୋକାଲ ଓ ଭୁବନେଶ୍ୱର ଯାଉଥିବା ୧୦୦ରୁ ଅଧିକ ବସ୍ ଚଳାଚଳ ବନ୍ଦ ରହିଛି । ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ଧରି ଭଦ୍ରକ ବନ୍ତ ଛକ ବସଷ୍ଟାଣ୍ଡରେ କିଛି ଅସାମାଜିକ ବ୍ୟକ୍ତି ଜୋରଜବରଦସ୍ତି ବସରୁ ଦାଦା ବଟି ଆଦାୟ କରିବା ସହ ଯାତ୍ରୀମାନଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ବସ ମାଲିକମାନଙ୍କୁ ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ ସିଣ୍ଡିକେଟ୍ ଦ୍ୱାରା ଚାଲୁଥିବା ବସରେ ଲୋଡ୍ ଦେଉନଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ସିଣ୍ଡିକେଟ୍ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ସତ୍ୱେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ବସ୍ ମାଲିକ । ଫଳରେ ସିଣ୍ଡିକେଟ୍ ସଦସ୍ୟମାନେ ଏହାର ସମାଧାନ କରାନଯିବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ବସ୍ ଚଳାଚଳ ବନ୍ଦ ଯୋଗୁଁ ସାଧାରଣ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।