ଚାକିରି ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା । ଭୁବନେଶ୍ୱର ସ୍ଥିତ କନସଲଟାନ୍ସି ସଂସ୍ଥା ବିରୋଧରେ ୭ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ।

176

କନକ ବ୍ୟୁରୋ: ନାଲକୋ ଏବଂ ଏଜି ଭଳି ସରକାରୀ ସଂସ୍ଥାରେ ଚାକିରି ଦେବାର ଲୋଭ ଦେଖାଇ ଲୁଟିନେଲେ ଟଙ୍କା । କେତେକ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱରରେ ଥିବା ଏକ କନସଲଟାନ୍ସି ସଂସ୍ଥା ନକଲି ନିଯୁକ୍ତିପତ୍ର ଦେଇ ଏଭଳି ଠକେଇ କରିଥିବା କହିଛନ୍ତି ଅଭିଯୋଗକାରି । ଏପରିକି ଚାକିରି ପାଇବାକୁ ହେଲେ ଶାରୀରିକ ସମ୍ପର୍କ ରଖିବାକୁ ପଡିବ ବୋଲି କନସଲଟାନ୍ସି ସଂସ୍ଥାର କର୍ମଚାରୀ ଯୁବତୀଙ୍କୁ କହିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିବା ପରେ ବି ପୋଲିସ ଅଭିଯୋଗ ଗ୍ରହଣ ନକରିବାରୁ ବାରମ୍ବାର ଥାନାକୁ ଦୌଡୁଛନ୍ତି ଯୁବତୀ ଜଣକ । ଅଭିଯୋଗ ହୋଇଥିବା ବ୍ୟକ୍ତି ଜଣଙ୍କ ଥାନା ଭିତରେ ପୋଲିସ ସମ୍ମୁଖରେ ଯୁବତୀଙ୍କୁ ଟଙ୍କା ଫେରାଇବେ ନାହିଁ ବୋଲି ଧମକ ଚମକ ଦେଇଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଅଭିଯୋଗକାରୀ ଯୁବତୀ ।