ସରକାରୀ ଘର କରାଇଦେବା ନାଁରେ ଲୋକଙ୍କ ଠାରୁ ଠକେଇ ଅଭିଯୋଗ । କଟକର ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜା କରଣଙ୍କୁ ଗିରଫ କଲା କମିଶନରେଟ ପୋଲିସ ।

111

କନକ ବ୍ୟୁରୋ: ସରକାରୀ ଘର କରାଇଦେବା ନାଁରେ ଲୋକଙ୍କୁ ଠକିଦେଲେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ । ଅଭିଯୋଗ ପରେ କଟକ ମହାନଗର ନିଗରର ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜା କରଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କଟକ ମଧୁପାଟଣା ଥାନା ପୋଲିସ କର୍ପୋରେଟରଙ୍କ ଘରେ ଚଢାଉ କରି ନଗଦ ୧୪ ଲକ୍ଷ ଟଙ୍କା ସହ ନକଲି ଆଗ୍ରିମେଣ୍ଟ କାଗଜପତ୍ର ଜବତ କରିଛି । ସରକାରୀ ଘର କରାଇଦେବା ନାଁରେ ଲୋକଙ୍କଠୁ ଟଙ୍କା ନେଉଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିଲା । ପୋଲିସ ଅଭିଯୋଗର ତଦନ୍ତ କରିବା ସହ ପ୍ରମାଣ ଆଧାରରେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ୩ଟି ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।