ଟନେଲରେ ଫସିଥିବା ଶ୍ରମିକଙ୍କ ପାଇଁ ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ଉଦ୍ଧାର ପାଇଁ ଚାଲିଛି ମାନୁଆଲ ଡ୍ରିଲିଂ ।

133

କନକ ବ୍ୟୁରୋ: ଟନେଲରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ବିଏସଏନଏ ପକ୍ଷରୁ ଶ୍ରମିକଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟନେଲରେ ଫସିଥିବା ଶ୍ରମିକମାନେ ଯେପରି ନିଜ ପରିବାର ସହ କଥାବାର୍ତା ହୋଇପାରିବେ ସେଥିପାଇଁ ବିଏସଏନଏଲ ଏହି ସୁବିଧା ଯୋଗାଇ ଦେଇଛି । ଏକ ଛୋଟ ଲ୍ୟାଣ୍ଡଫୋନ୍ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଯେଉଁଥିରେ ଇନକମିଂ ଓ ଆଉଟଗୋଇଙ୍ଗର ସୁବିଧା ରହିଛି । ସୁଡ଼ଙ୍ଗ ଭିତରେ ନେଟୱର୍କ ନଥିବାରୁ ନିକଟରେ ଏକ ଛୋଟ ଟେଲିଫୋନ୍ ଏକ୍ସଚେଂଜ ମଧ୍ୟ ସ୍ଥାପନ କରାଯାଇଛି ।

ଭୂସ୍ଖଳନ ପରେ ୧୫ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିରହିଛନ୍ତି ୪୧ଜଣ ଶ୍ରମିକ । ତେବେ ପରିବାର ଲୋକଙ୍କ ସହ କଥାବାର୍ତା କରି ତାଙ୍କର ମନୋବଳ ବଢାଇବା ପାଇଁ ଏହି ସୁବିଧା କରାଯାଇଛି । ଏପରିକି ଶ୍ରମିକଙ୍କ ନିକଟକୁ କିଛି ମୋବାଇଲ ଫୋନ୍ ମଧ୍ୟ ପଠାଯାଇଛି । ଯାହା ଦ୍ୱାରା କିଛି ଭିଡିଓ ଗେମ୍ ଖେଳି ଶ୍ରମିକଙ୍କ ମାନେ କିଛି ମାତ୍ରାରେ ମାନସିକ ଆଶ୍ୱସ୍ତ ରହିପାରିବେ । ସେହିପରି ଲୁଡୋ ଓ ଅନ୍ୟ କିଛି ବୋର୍ଡ ଗେମ୍ ମଧ୍ୟ ତାଙ୍କ ନିକଟକୁ ପଠାଯାଇଛି । ସୁଡ଼ଙ୍ଗ ଭିତରେ ଖାଲି ସ୍ଥାନ ଥିବାରୁ ତାଙ୍କ ନିକଟକୁ କ୍ରିକେଟ ବ୍ୟାଟ୍ ବଲ ପହଂଚାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ।