୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ । ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ଆତଙ୍କ ରଚିଥିଲେ ଆତଙ୍କବାଦୀ । ସହିଦ ଯବାନ ଓ ନାଗରିକଙ୍କୁ ମନେ ପକାଉଛି ସାରା ଦେଶ ।

160

କନକ ବ୍ୟୁରୋ: ୨୦୦୮ ମସିହା ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଛି ୧୫ ବର୍ଷ । ଠିକ ଆଜିର ଦିନରେ ଜଳପଥରେ ଆସି ମୁମ୍ବାଇରେ ପଶିବା ପରେ ଆତଙ୍କବାଦୀ ଯେଉଁ ମୃତ୍ୟୁର ତାଣ୍ଡବ ରଚିଥିଲେ ତାହା କେହି ଭୁଲି ନାହାନ୍ତି । ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣରେ ସହିଦ ଯବାନ ଓ ନାଗରିକଙ୍କୁ ମନେ ପକାଉଛି ସାରା ଦେଶ ।

ମୁମ୍ବାଇ ଆକ୍ରମଣକୁ ଚାହିଁକି ମଧ୍ୟ କୌଣସି ଭାରତୀୟ ଭୁଲି ପାରିବେ ନାହିଁ । ଆତଙ୍କବାଦୀଙ୍କ ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୩ଶହରୁ ଅଧିକ ଆହତ ହୋଇଥିଲେ । ଆତଙ୍କବାଦୀ ପ୍ରଥମେ ଶିବାଜୀ ଟର୍ମିନାଲ ପରେ ମାୟାନଗରୀର ବିଭିନ୍ନ ସ୍ଥାନରେ ଆଖିବୁଜା ଗୁଳିମାଡ କରି ବ୍ୟାପକ ଧନଜୀବନ ହାନି କରି ଆତଙ୍କ ଖେଳାଇ ଦେଇଥିଲେ । ହେଲେ ଏବେ ୧୫ ବର୍ଷ ପରେ ମୁମ୍ବାଇର ସୁର କ୍ଷା ବ୍ୟବସ୍ଥା ସୁଦୃଢ ହୋଇଛି । ଏବେ କୈାଣସି ଆତଙ୍କବାଦୀ ମାୟାନଗରୀ ଉପରେ ଆକ୍ରମଣ କରିବାକୁ ହେଲେ ଶହେ ଥର ଚିନ୍ତା କରିବ । ମୁମ୍ବାଇ ସହର ସାରା ସିସିଟିଭି କ୍ୟାମେରା ଲଗାଯାଇଛି । ସନ୍ଦିଗ୍ଧ ଗତିବିଧି ଦେଖିଲେ କୁଇକ୍ ରେସପନ୍ସ ଟିମ ଘଟଣାସ୍ଥଳରେ ପହଂଚିଯାଉଛି । ସମୁଦ୍ର ପଥରେ ସୁରକ୍ଷାକୁ କଡାକଡି କରାଯାଇଛି । ଏହାଛଡା ଗୁଏନ୍ଦା ବିଭାଗକୁ ଆହୁରି ଶକ୍ତିଶାଳୀ ହୋଇଛି । ତେଣୁ ବର୍ତ୍ତମାନ ସ୍ଥିତିରେ ମୁମ୍ବାଇ ଉପରେ ଆକ୍ରମଣ କରିବା କୌଣସି ଆତଙ୍କବାଦୀ ସଙ୍ଗଠନ ପକ୍ଷେ ସମ୍ଭବ ନୁହେଁ ।