ଲୋକସଭା ନିର୍ବାଚନ ପୂର୍ବରୁ ବଢିଲା ଏନଡିଏର ବଳ । ନୂଆ ସଦସ୍ୟଭାବେ ମେଂଟରେ ମିଶିଲା ଜେଡିଏସ

7,188

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବଢ଼ିଲା ଏନଡିଏର ବଳ । ମେଂଟରେ ସାମିଲ ହେଲା କର୍ଣ୍ଣାଟକର ଆଂଚଳିକ ଦଳ ଜେଡିଏସ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସରକାରୀ ବାସଭବନରେ ପହଁଚି ଜେଡିଏସ ନେତା ଏଚଡି କୁମାରସ୍ୱାମୀ ମେଂଟ ସହ ହାତ ମିଳାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ଜେଡିଏସର ମିଶ୍ରଣ ଏନଡିଏର ଶକ୍ତିବୃଦ୍ଧି କରିବ ବୋଲି କୁହାଯାଉଛି । ଲୋକସଭା ସିଟ୍ ଭାଗବଂଟା ନେଇ ଏଥିରେ ବିସ୍ତୃତ ଚର୍ଚ୍ଚା କରାଯାଇଛି । ୨୦୧୯ ନିର୍ବାଚନରେ କର୍ଣ୍ଣାଟକର ୨୮ ଲୋକସଭା ଆସନରୁ ବିଜେପି ଏକାକୀ ୨୫ଟି ଆସନରେ ବିଜୟଲାଭ କରିଥିବା ବେଳେ କଂଗ୍ରେସ ଓ ଜେଡିଏସ୍ ଗୋଟିଏ ଗୋଟିଏ ଜିତିଥିଲେ । ବତର୍ମାନ ଏନଡିଏରେ ଜେଡିଏସ ମିିଶିବା ପରେ କଂଗ୍ରେସ ପାଇଁ ଅଢୁଆ ବଢିପାରେ ।