ଦଳୀୟ ସାଂସଦଙ୍କ ବୟାନ ପାଇଁ ଫଶିଲା ବିଜେପି । ବିଏସପି ସାଂସଦ ଦାନିସ ଅଲ୍ଲୀଙ୍କୁ ଉଗ୍ରବାଦୀ କହି ବିବାଦ ଘେରରେ ବିଜେପି ସାଂସଦ ରମେଶ ବିଧୁରୀ

1,163

କନକ ବ୍ୟୁରୋ : ନିଜର ଦଳର ସାଂସଦଙ୍କ ପାଇଁ ବିବାଦରେ ଫଶିଛି ବିଜେପି । ବହୁଜନ ସମାଜବାର୍ଦି ପାର୍ଟି ସାଂସଦ ଦାନିଶ ଅଲ୍ଲୀଙ୍କୁ ଉଗ୍ରବାଦୀ କହିବା ଘଟଣାକୁ ନେଇ ବିବାଦର ନିଅାଁ କୁହୁଳୁଛି । ଗୁରୁବାର ଚନ୍ଦ୍ରଯାନ-୩ ମିଶନକୁ ନେଇ ଲୋକସଭରେ ଆଲୋଚନା ଚାଲିଥିବାବେଳେ ଦାନିସ ଅଲ୍ଲୀଙ୍କୁ ଆକ୍ଷେପ କରିଥିଲେ ବିଜେପି ସାଂସଦ ରମେଶ ବିଧୁରୀ । ବିବାଦ ବଢିବାରେ ରାଜନାଥ ସିଂ କ୍ଷମା ପ୍ରାର୍ଥନା କରିଥିଲେ କିନ୍ତୁ ଘଟଣାକୁ ନେଇ ମୋଦୀ ସରକାରଙ୍କୁ ବିରୋଧୀ ଘେରିବା ପରେ ଏବେ ବିଧୁରୀଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି ଦଳ । ଅପଶଦ୍ଧ ବ୍ୟବହାର କ’ଣ ପାଇଁ କରିଛନ୍ତି ଓ ଏହାର ଜବାବ ରଖିବାକୁ ସାଂସଦଙ୍କୁ କହିଛି ଦଳ । ସେପଟେ ବିଜେପି ସାଂସଦଙ୍କ ଏଭଳି ଆଚରଣ ପାଇଁ କଂଗ୍ରେସ ତାଙ୍କୁ ନିଲମ୍ବନ କରିବାକୁ ଦାବି କରିଛି ।