ଜୁନିୟର ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ସନାତନ ଧର୍ମ ବିରୋଧୀ ବୟାନ ପାଇଁ ଉଦୟନିଧି ଷ୍ଟାଲିନ, ଏ.ରାଜା ଓ ତାମିଲନାଡୁ ସରକାରଙ୍କୁ ଜବାବ ମାଗିଲେ ସର୍ବୋଚ୍ଚ ନ୍ୟାୟାଳୟ

969

କନକ ବ୍ୟୁରୋ : ସନାତନ ଧର୍ମ ଉପରେ ବିବାଦୀୟ ଟିପ୍ପଣୀ ଘଟଣ।।ରେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ଙ୍କୁ ସୁପ୍ରିମ୍କୋର୍ଟର ନୋଟିସ୍ । ସନାତନ ଧର୍ମକୁ ନେଇ ଷ୍ଟାଲିନ କିଛି ଦିନ ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସନାତନ ଧମର୍କୁ ମ୍ୟାଲେରିଆ ଓ ଡେଙ୍ଗୁ ସହ ତୁଳନା କରିବା ସହ ଦେଶରୁ ଏହା ମୂଳପୋଛର ଆବଶ୍ୟକତା ଥିବା ମନ୍ତ୍ରୀ କହିଥିଲେ । କିଛି ଦିନ ନପୁରୁଣୁ ଡିଏମକେ ସାଂସଦ ଏ ରାଜା ମଧ୍ୟ ସନାତନ ଧର୍ମକୁ ନେଇ ଆପତିଜନକ ଟିପ୍ପଣୀ ଦେଇଥିଲେ । ସନାତନ ଧର୍ମ ଉପରେ ଉଦୟନିଧିଙ୍କ ଟପ୍ପଣୀକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେଇଥିଲା । ଉଦୟନିଧି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ମୋର ଟିପ୍ପଣୀକୁ ବିଜେପି ଜାଣିଶୁଣି ଏପରି ବିଭ୍ରାନ୍ତି କରୁଛି ।