କେରଳରେ ଭୟଙ୍କର ଦୁର୍ଘଟଣା । ଡଙ୍ଗାବୁଡି ଚାଲିଗଲା ୨୧ ଜୀବନ, ଅନେକ ନିଖୋଜଙ୍କ ମିଳୁନି ପତା

256

କନକ ବ୍ୟୁରୋ : କେରଳରୁ ଆସିଛି ଭୟଙ୍କର ଚିତ୍ର । ଡଙ୍ଗା ବୁଡି ୨୧ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁଥିବା ନେଇ ସୂଚନା । କେରଳର ମଲପୁରମ ଜିଲ୍ଲାର ତନୁର ନିକଟରେ ଗତକାଲି ରାତିରେ ଏକ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ଡଙ୍ଗାରେ ୪୦ରୁ ୫୦ ଜଣ ଯାତ୍ରୀ ଥିବା ନେଇ ସୂଚନା ମିଳିଛି ।

ଯୁଦ୍ଧକାଳୀନ ଭିତିରେ ଗତକାଲି କିଛି ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ପର୍ଯ୍ୟଟକଙ୍କ ମଧ୍ୟରୁ କିଛି ନିଖୋଜ ଥିବାରୁ ସେମାନଙ୍କୁ ଠାବ କରିବାକୁୁ ପ୍ରୟାସ ଜାରି ରହିଛି । ରାତି ସମୟରେ ଦୁର୍ଘଟଣା ଘଟିଥିବାରୁ ଉଦ୍ଧାରକାରୀ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ଅପରାହ୍ଣ ୫ଟାରେ ଏହି ଯାତ୍ରିବାହୀ ଡଙ୍ଗା ପର୍ଯ୍ୟଟକଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା । ଉକ୍ତ ଡଙ୍ଗାରେ ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଉପକରଣ ନଥିବା ନେଇ ମଧ୍ୟ ସୂଚନା ମିଳିଛି । ଦୂର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତୀ ।