ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ସରିବ ପ୍ରଚାର । ଆଉ ଦିନକ ପରେ ପଡିବ ଭୋଟ, ଗତକାଲି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

139

କନକ ବ୍ୟୁରୋ : ଆଜି ସରିବ ଝାରସୁଗୁଡା ଉପନିର୍ବାଚନ ପ୍ରଚାର । ଆଉ ଦିନକ ପରେ ନିର୍ବାଚନ । ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ପ୍ରସ୍ତୁତି । ଝାରସୁଗୁଡ଼ାବାସୀ କାହା ସପକ୍ଷରେ ମତ ଦେବେ, ତା’ ଉପରେ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଗତକାଲି ହାଇଭୋଲଟେଜ୍ ପ୍ରଚାରରେ ଉଠିଥିଲା ପଡିଥିଲା ଝାରସୁଗୁଡ଼ା । ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ତ୍ର ପ୍ରଧାନ । ବିରୋଧୀଙ୍କ କଟାକ୍ଷକୁ ମନେ ପକାଇ ବିରୋଧୀଙ୍କୁ ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଦୀପାଳିଙ୍କୁ ବିରୋଧୀ ଦଳ ଆକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ନବୀନ । ନିର୍ବାଚନରେ ହାର୍ ଜିତ୍ ରହିଛି । କିନ୍ତୁ ପ୍ରଚାର ବେଳେ ଶାଳୀନତା ରହିବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ କୁଲାବିରାରେ ଆୟୋଜିତ ଜନ ସମାବେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟ ସରକାରଙ୍କୁ ଏକାଧିକ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ କଣ? କେନ୍ଦ୍ର ଦେଉଥିବା ଅର୍ଥ କୁଆଡେ ଯାଉଛି? ପ୍ରଧାନମନ୍ତ୍ରୀ ଆବାସ ଘର କାହିଁକି ବଂଟାଯାଉନି ? ଗୁଡୁ ମୁସଲିମ କଥା ଉଠାଇ ବିଜେଡି ନେତାଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।