ଚାକିରି କ୍ଷେତ୍ରରେ ବଢ଼ୁଛି ଏଆଇଆଇର ପ୍ରଭାବ । ମିଳୁନି ଚାକିରି, ଆଶଙ୍କାରେ ଆଶାୟୀ

222

କନକ ବ୍ୟୁରୋ : ଆଇଆଇଟି, ଦେଶର ସବୁଠାରୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବରେ ବିଶ୍ୱରେ ପରିଚିତ । ଥରେ ଯିଏ ଏଠାରୁ ଡିଗ୍ରୀ ହାସଲ କରିନିଅନ୍ତି ତାଙ୍କ ପଛରେ ବଡ ବଡ କମ୍ପାନୀଙ୍କ ଲାଇନ ଲାଗିଥାଏ । ବିଶ୍ୱର ରେକର୍ଡ ପ୍ଲେସମେଂଟ୍ କେବଳ ଭାରତୀୟ ଆଇଆଇଟିରେ ହିଁ ହୋଇଥାଏ । କିନ୍ତୁ ନକଟରେ ଏକ ଆରଟିଆଇ ରିପୋର୍ଟରେ ଆସିଛି ଚିନ୍ତାଜନକ ତଥ୍ୟ । ଦେଶରେ ୨୩ଟି ଆଇଆଇଟିର ପ୍ରାୟ ୮,୦୦୦ ଛାତ୍ରଛାତ୍ରୀଙ୍କୁ ମିଳିପାରୁନି କେଉଁଠି ବି ନିଯୁକ୍ତି । ଏତେ ସଂଖ୍ୟକ ପିଲାଙ୍କୁ ଚାକିରି ନ ମିଳିବା ଏବେ ସମସ୍ଥଙ୍କୁ ଚକିତ କରିିଛି ।

‘ଆଇଆଇଟି’ଉପରେ ‘ଏଆଇ’ର ପ୍ରଭାବ
– ଅର୍ଥନୈତିକ ଓ ପ୍ରଯୁକ୍ତି ଦୁନିଆରେ ଘଟିଛି ପରିବର୍ତର୍ନ
– ଏଥିପାଇଁ ୨୦-୩୦ ପ୍ରତିଶତ କମିଛି ନିଯୁକ୍ତି
– ବଡ କମ୍ପାନୀ ଗୁଡିକରେ ମାନବ ସମ୍ଭଳର ସ୍ଥାନ ନେଇଛନ୍ତି ଏଆଇ ଟେକ୍ନୋଲୋଜି
– ଚାଟ୍ ଜିପିଟିର ଅଧିକ ବ୍ୟବହାର ଦ୍ୱାରା ନିଯୁକ୍ତି ବଜାର ପ୍ରଭାବିତ

ଦେଶର ଏତେ ସଂଖ୍ୟକ ଆଇଆଇଟି ଗ୍ରାଜୁଏନ୍ସଙ୍କୁ ନିଯୁକ୍ତି ନମିଳିବା ସମସ୍ତଙ୍କୁ ଚିକତ କରିଛି । ଗତ ବର୍ଷ ଏହି ସଂଖ୍ୟା ଥିଲା ୩ ହଜାର ୫୦୦ ଯାହା ଚଳିତ ବର୍ଷ ୨ ଗୁଣା ହୋଇଛି ।  କେବଳ ଭାରତରେ ନୁହେଁ ପୁରା ବିଶ୍ୱ ନିଯୁକ୍ତି ବଜାରକୁ ପ୍ରଭାବିତ କରିଛି ଆର୍ଟିଫିସିଆଲ ଇଂଟେଲିଜେନସ୍

ଦେଶରେ ସମୁଦାୟ ୨୩ ଟି ଆଇଆଇଟି ରହିଛି । ଚଳିତ ବର୍ଷ ୨୧ ହଜାର ୫୦୦ ଛାତ୍ରଛାତ୍ରୀ କ୍ୟାମ୍ପସ ପ୍ଲେସମେଂଟରେ ସାମିଲ ହୋଇଥିଲୋ ଏଥିରୁ ୧୩ ହଜାର ୪୧୦ ଜଣଙ୍କୁ ନିଯୁକ୍ତି ମିଳିଥିବା ବେଳେ ୮ ହଜାର ୯୦ ଜଣଙ୍କୁ ଏଯାଏଁ ମିଳିନାହିଁ ନିଯୁକ୍ତି । ଏବେ ଏହି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଇଆଇଟି ଏହାର ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ ଚଳାଇଛନ୍ତି ।