ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ସ୍ପଷ୍ଟ ହେବ ବାତ୍ୟାର ତୀବ୍ରତା ଓ ଗତିପଥ 

1,045

କନକ ବ୍ୟୁରୋ : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୯ ତାରିଖ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହୋଇ  ଅବପାତର ରୂପ ନେଇପାରେ । ପରେ ଏହା ଆହୁରି ଘନୀଭୂତ ହେବା ସହ ଉତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଦୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଂଚଳରେ ସମୁଦ୍ର ଆଶାନ୍ତ ରହିବ । ୮ ତାରିଖରେ ପବନର ବେଗ ବୃଦ୍ଧି ପାଇବ  । ସମୁଦ୍ର ଭିତରେ ସର୍ବାଧିକ ଘଂଟା ପ୍ରତି ୮୦ କି.ମି, ବେଗରେ ବହିପାରେ ପବନ ୧୦ ଓ ୧୧ ତାରିଖ ବେଳକୁ ଆହୁରି ଆଶାନ୍ତ ହୋଇପାରେ ସମୁଦ୍ର । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା, ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ବିଭିନ୍ନ ମଡେଲର ଆକଳନ ଅନୁଯାୟୀ ସୃଷ୍ଟି ହୋଇପାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ । ତେବେ କେଉଁଠି ସ୍ଥଳଭାଗ ଛୁଇଁବ, ଏ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଇଛି ।  ଏପଟେ ଓଡ଼ିଶା ଉପକୂଳ ଜିଲ୍ଲା ଚାଷୀ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହୋଇ ପଡିଛନ୍ତି । ସେମାନଙ୍କୁ ଘାରିଛି ଫସଲ ନଷ୍ଟ ହେବା ଭୟ । ପୁରୁଣା ବାତ୍ୟାକୁ ମନେ ପକାଇ ଦୁଇ-ତିନି ଦିନ ହେଲା ଅଧା ପାଚିଲା ଧାନକୁ ଅନ୍ୟପଟେ ଆଜିଠୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଟାଣ ଖରା ହେବା ସହ ତାପମାତ୍ରା ବୃଦ୍ଧି ପାଇବା ଆଶଙ୍କା ରହିଛି । ତେବେ ଆସନ୍ତା ୩ରୁ ୪ ଦିନରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି ।