ଜୀବନ ବଂଚାଇଦେଲେ ବାବା କେଦାରନାଥ । ଅଳ୍ପକେ ବର୍ତିଲେ ୮ରୁ ଅଧିକ ଶ୍ରଦ୍ଧାଳୁ । ଖରାପ ପାଣିପାଗ ଯୋଗୁଁ ବଡ଼ ଦୁର୍ଘଟଣାରୁ ବଂଚିଗଲା ହେଲିକପ୍ଟର

122

କନକ ବ୍ୟୁରୋ : ଉତରାଖଣ୍ଡରେ ହେଲିକପ୍ଟର ଦୁର୍ଘଟଣା । ଦୁର୍ଘଟଣାର ଭିଡିଓ ହେଲା ଭାଇରାଲ । ୬ ଜଣ ଯାତ୍ରୀଙ୍କୁ କେଦାରନାଥ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇଥିଲା ହେଲିକପ୍ଟରଟି । ମାତ୍ର କେଇ ମିନିଟ୍ ଭିତରେ ଏହା ତଳେ ଆସି କଚାଡି ହୋଇ ପଡିଥିଲା । ହେଲେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ଥେ ସୁରକ୍ଷିତ ଉଦ୍ଧାର ହୋଇପାରିଛନ୍ତି । କେଦାରନାଥ ଧାମକୁ ଦର୍ଶନ ପାଇଁ ଆସିଥିବା ବେଳେ ହେଲିକପ୍ଟରରେ କିଛି ତ୍ରୁଟି ଥିବା ଜଣାପଡିଥିଲା । ଠିକ ଅବତରଣ କରିବା ସମୟରେ ହିଁ ଏହି ଦୁର୍ଘଟଣା ଘଟିଥିଲା ।