କାଲି ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ । ସିଲ ହେବ ହେଭିୱେଟଙ୍କ ଭାଗ୍ୟ, ଅଗ୍ନିପରୀକ୍ଷା ଦେବେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ ସମେତ ଅନେକ ହାଇପ୍ରୋଫାଇଲ ପ୍ରାର୍ଥୀ

62

କନକ ବ୍ୟୁରୋ : ଷଷ୍ଠ ପର୍ଯ୍ୟାୟ ପାଇଁ କାଲି ହେବ ଅନେକ ହାଇପ୍ରୋଫାଇଲ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା । ଏବେ ଆସନ୍ତୁ ନଜର ପକାଇବା ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ଉପରେ ।

ବାଂଶୁରୀ ସ୍ୱରାଜ: ନ୍ୟୁ ଦିଲ୍ଲୀ (ବିଜେପି)
ମନୋଜ ତିୱାରୀ: ଉତ୍ତର-ପୂର୍ବ ଦିଲ୍ଲୀ (ବିଜେପି)
କହ୍ନେୟା କୁମାର: ଉତ୍ତର-ପୂର୍ବ ଦିଲ୍ଲୀ (କଂଗ୍ରେସ)
ମେନକା ଗାନ୍ଧି: ସୁଲତାନପୁର (ବିଜେପି)
ମେହବୁବା ମୁଫତି: ଅନନ୍ତନାଗ-ରାଜୌରୀ (ଜେକେପିଡିପି)
ମନୋହରଲାଲ ଖଟ୍ଟର:କର୍ଣ୍ଣାଲ (ବିଜେପି)
ନବୀନ ଜିନ୍ଦଲ: କୁରୁକ୍ଷେତ୍ର (ବିଜେପି)
ରାଜବବର:ଗୁରଗାଁଓ (କଂଗ୍ରେସ)
ଧର୍ମେନ୍ଦ୍ର ପ୍ରଧାନ: ସମ୍ବଲପୁର (ବିଜେପି)
ପୁରୀ: ସମ୍ବିତ ପାତ୍ର (ବିଜେପି)

ଷଷ୍ଠ ଚରଣରେ ୩ଜଣ ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ୩ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ମୋଟ ୮୮୯ ଜଣଙ୍କ ଭାଗ୍ୟ ପରୀକ୍ଷା ହେବ ।

ଯଦି ନଜର ପକାଇବା ଏହି ୫୮ ଅ।।ସନ ଉପରେ ତେବେ ଗତ ଲୋକସଭା ନିର୍ବାଚନରେ ଏହି ସବୁ ଆସନ ଉପରେ ବିଜେପିର ଦବଦବା ବେଶ ଅଧିକ ଦେଖିବାକୁ ମିଳିଥିଲା । ଦିଲ୍ଲୀ ଓ ହରିଆଣାରେ କ୍ଲିନସୁଇପ କରିଥିଲା । ୫୮ ଆସନରୁ ବିଜେପି ୪୦ ଆସନ ଜିତିଥିଲା ।

ବିଏସପିକ ୪ଟି, ଟିଏମସିକୁ ୪. ବିଜେଡି ୪, ଜେଡିୟୁ ୩, ଏଲଜେପି,ନ୍ୟାଶନାଲ କନଫେରନ୍ସକୁ ଗୋଟିଏ ଲେଖାଏଁ ଆସନରେ ଜିତିଥିଲା । ଏହି ସବୁ ଆସନରେ କଂଗ୍ରେସ ଖାତା ମଧ୍ୟ ଖୋଲିପାରିନଥିଲା । ତେଣୁ ଏଥରକ ଏହି ଆସନ ଗୁଡିକକୁ କିଏ କବଜା କରୁଛି ତାଉପରେ ନଜର ରହିବ ।