ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଦାବି । ମୋଦୀଙ୍କ ଟାର୍ଗେଟରେ କେରଳ, ପଶ୍ଚିମବଙ୍ଗ । ସରକାର ଭାଙ୍ଗିବାକୁ ଚାଲିଛି ଯୋଜନା

194

କନକ ବ୍ୟୁରୋ : ନିର୍ବାଚନୀ ଉଷ୍ମତା ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । ବିଜେପି ସରକାରଙ୍କ ଆଗାମୀ ଟାର୍ଗେଟରେ ରହିଛି କେରଳ ଓ ପଶ୍ଚିମବଙ୍ଗ । ସୋସିଆଲ ମିଡିଆ ପୋଷ୍ଟରେ କେଜ୍ରିୱାଲ ଦାବି କରିଛନ୍ତି ପଶ୍ଚିମବଙ୍ଗ ଓ କେରଳ ସରକାର ଭାଙ୍ଗିବାକୁ ବଡ ଯୋଜନା କରୁଛି ବିଜେପି । ଏଥିସହ ଆସନ୍ତାବର୍ଷ ରାଜନୀତିରୁ ଅବସର ନେବା ପରେ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସବୁ ପ୍ରସ୍ୁତି କରୁଛନ୍ତି ମୋଦୀ । ଏଥିସହ କେଜ୍ରିୱାଲ କହିଛନ୍ତି ମୋଦୀଙ୍କ ନିଷ୍ପତି ଦଳର କିଛି ନେତା ସହଜରେ ଗ୍ରହଣ କରୁନାହାଁନ୍ତି  । ତେଣୁ ଆଗକୁ କନ୍ଦଳ ଉପୁଜିବା ସମ୍ଭାବନା ମଧ୍ୟ ରହିଛି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ମୋଦୀ ଓ ଶାହାଙ୍କ ଇସାରାରେ ବିନା ଦୋଷ ଏବଂ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରାଯାଉଛି । ଦେଶରେ ଏବେ ଏକଛତ୍ରବାଦ ଶାସନ ଚାଲିଛି ଓ ଖୁବ ଖରାପ ସ୍ଥିତି ଦେଇ ଗତି କରୁଛି ଦେଶ । ବିଜେପିର ତାନାଶାହୀ ବିରୋଧରେ ଏକାଠି ଲଢ଼ିବା ଆବଶ୍ୟକ । କେଜ୍ରିୱାଲ ଓ ସୋରେନ କୌଣସି ଦୁର୍ନତୀ ପାଇଁ ଜେଲ ଯାଇ ନାହାଁନ୍ତି ବଂର ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ବଂଚାଇବା ପାଇଁ ଏବେ ଜେଲରେ ଅଛନ୍ତି । ଦେଶ ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେଜ୍ରିୱାଲ ।