ଦୀର୍ଘଦିନ ପ୍ରତିକ୍ଷାର ଘଟିଲା ଅନ୍ତ : ପାଇଲୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନବନିଯୁକ୍ତ ଡାକ୍ତରଙ୍କୁ ସ୍ୱାଗତ କଲେ ସ୍ଥାନୀୟ ଲୋକେ

259

କନକ ବ୍ୟୁରୋ : ଦୀର୍ଘଦିନ ପ୍ରତିକ୍ଷାର ଅନ୍ତ ହେଲା ଡାକ୍ତରଖାନାକୁ ଆସିଲେ ନୂଆ ଡାକ୍ତର । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପାଇଲୋ ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ହୋଇଛି । ଜଣେ ଏମବିବିଏସ ଡାକ୍ତରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ନବ ନିଯୁକ୍ତ ଡାକ୍ତର ସାଗରିକା ମହାପାତ୍ରଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଛନ୍ତି ସ୍ଥାନୀୟ ଲୋକେ । ପାଇଲୋ ବିକାଶ ପରିଷଦ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।

୧୯୮୮ ମସିହାରୁ ପ୍ରତିଷ୍ଠା ହୋଇଥିବା ଏହି ଡାକ୍ତରଖାନାରେ ଦୀର୍ଘଦିନ ଧରି ଡାକ୍ତର ପଦବି ଖାଲି ପଡିଥିଲା । ଡାକ୍ତର ନଥିବାରୁ ସ୍ଥାନୀୟ ଅଂଚଳର ଲୋକ ପ୍ରଥମିକ ଚିକିତ୍ସା ସୁବିଧା ପାଇ ପାରୁନଥିଲେ । ହେଲେ ଏବେ ଡାକ୍ତର ସାଗରିକା ମହାପାତ୍ରଙ୍କୁ ପାଇଲୋ ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯିବା ପରେ ଲୋକେ ଘର ପାଖ ଡାକ୍ତରଖାନାରେ ଚିକିତ୍ସା ପାଇପାରିବେ ବୋଲି ଆଶା ରଖିଛନ୍ତି ।