ପରେ ଇସ୍ରୋକୁ ଆଉ ଏକ ସଫଳତା । ଆନ୍ଧ୍ର ଶ୍ରୀହରିକୋଟାରୁ ମହାକାଶକୁ ଉତକ୍ଷେପଣ ହେଲା ୱେଦର ସାଟେଲାଇଟ ଇନସାଟ-ଥ୍ରୀ-ଡିଏସ

114

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋକୁ ମିଳିଛି ଆଉ ଏକ ସଫଳତା । ଭାରତର ସବୁଠାରୁ ଶ୍ରେଷ୍ଠ ୱେଦର ସାଟେଲାଇଟ ଇନସାଟ-ଥ୍ରୀ-ଡିଏସ ର ସଫଳତାର ସହ ଉତ୍କ୍ଷେପଣ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶଧାୱନ ସ୍ପେଶ ସେଂଟରରୁ ଜିଏସ୍ଏଲଭି ଏଫ୍-୧୪ ରକେଟ୍ ଜରିଆରେ ୱେଦର ସାଟେଲାଇଟ ଇନସାଟ-ଥ୍ରୀ-ଡିଏସର ଉତ୍କ୍ଷେପଣ କରାଯାଇଛି । ଏହି ସାଟେଲାଇଟକୁ ସ୍ପେଶ ଏଜେନ୍ସିର ‘ନଟି ବଏ’ ମଧ୍ୟ କୁହାଯାଇଥାଏ । ପାଣିପାଗ, ଜଳବାୟୁ ପରିବର୍ତନ ସମେତ ପ୍ରାକୃତିକ ବିପର୍ଯ୍ୟୟ ନେଇ ଏହି ଉପଗ୍ରହ ଆଗୁଆ ସୂଚନା ଦେବାକୁ ସକ୍ଷମ ହେବ ଏହି ସାଟେଲାଇଟ୍ ।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ସାଟେଲାଇଟ୍ରୁ ବିକଶିତ କରାଯାଇଛି । ଏହି ଉତ୍କ୍ଷେପଣ ସହ ତିନୋଟି ବଡ ଉପଲବ୍ଧି ହାସଲ କରିଛି ଇସ୍ରୋ ।
‘GSLV’ ରକେଟର ଏହା ୧୬ତମ ଉଡ଼ାଣ
ସ୍ୱଦେଶୀ କାର୍ଯ୍ୟଶୈଳୀରେ ଏହା ୧୦ତମ ଉତ୍କ୍ଷେପଣ
‘GSLV’ F14’ ଉତ୍କ୍ଷେପଣ ପରେ ପ୍ରାୟ ୧୮ ମିନିଟ୍ ଭିତରେ ସାଟେଲାଇଟ୍କୁ କକ୍ଷପଥରେ ପହଁଚାଇଛି

ଇସ୍ରୋର ଇନସାଟ-ଥ୍ରୀ-ଡିଏସ ଭୂପୃଷ୍ଠ ଉପରେ, ସ୍ଥଳଭାଗ ଓ ଜଳଭାଗର ଭିନ୍ନ ଭିନ୍ନ ପାଣିପାଗ ସୂଚନା ପ୍ରଦାନ କରିବ । ବାୟୁମଣ୍ଡଳର ଭିନ୍ନ ଭିନ୍ନ ପାରାମିଟର ଏବଂ ତରଙ୍ଗକୁ ଅନୁଧ୍ୟାନ କରି ତଥ୍ୟ ପଠାଇବ । ଭିନ୍ନ ଭିନ୍ନ ସ୍ଥାନର ପାଣିପାଗ ଜନିତ ତଥ୍ୟ ପ୍ରଦାନ କରିବ ଇନ୍ସାଟ୍ ଥ୍ରିଡିଏସ୍ । ଉଦ୍ଧାର କାର୍ଯ୍ୟ ସମୟରେ ବି ସାହାଯ୍ୟ କରିବ ଏହି ସାଟେଲାଇଟ୍ । ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ଏହି ସାଟେଲାଇଟ୍ ଅବସ୍ଥାପିତ ହୋଇଛି । ଏହାପୂର୍ବରୁ ଇନ୍ସାଟ୍ ସିରିଜ୍ର ୬ଟି ଭିନ୍ନ ଭିନ୍ନ ସାଟେଲାଇଟ୍ ମହାକାଶକୁ ପଠାଇ ସାରିଛି ଇସ୍ରୋ ।

ଚନ୍ଦ୍ରଯାନ – ୩, ଆଦିତ୍ୟ ଏଲ୍-ୱାନ୍ ଏବଂ ଏକ୍ସପୋସାଟ୍ର ସଫଳତା ପରେ ଏବେ ଇନ୍ସାଟ୍ – ଥ୍ରୀଡିଏସ୍କୁ ସଫଳତାର ସହ ଉତ୍କ୍ଷେପଣ କରି ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ । ଯାହା ସମଗ୍ର ଭାରତ ବର୍ଷ ପାଇଁ ଗର୍ବର ବିଷୟ ।