ମହାରାଷ୍ଟ୍ରରେ  ହେବ ଏନସିପି ବନାମ ଏନସିପି ଲଢେଇ । ବାରାମତୀ ଆସନରେ ନଣନ୍ଦଙ୍କୁ ଟକ୍କର ଦେବେ ଭାଉଜ

361

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଦାଦା-ପୁତୁର କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ଶରଦ ପାୱାର ଓ ଅଜିତ ପାୱାରଙ୍କ ମନାନ୍ତର ଏନସିିପିକୁ ଦୁଇଭାଗ କରିଛି । ଗୋଟେପଟେ ଦାଦା-ପୁତୁରା ମୁହାଁମୁହିଁ ଚାଲିଥିବାବେଳେ ଆଗକୁ ସାମ୍ନାସାମ୍ନି ହେବେ ନଣନ୍ଦ-ଭାଉଜ । ପାୱାର ପରିବାରର ଗଢ଼ କୁହାଯାଉଥିବା ବାରାମତୀ ଲୋକସଭା ଆସନରେ ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେଙ୍କୁ ଟକ୍କର ଦେବାକୁ ଓହ୍ଲାଇବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା । ତେଣୁ ଏଠି କୁହାଯାଇପାରେ ୨୦୨୪ରେ ବାରାମତୀ ଆସନରେ ଲଢ଼େଇ ବେଶ ରୋଚକ ହେବାକୁ ଯାଉଛି । ଶୁକ୍ରବାର ଅଜିତ ପାୱାର ନିଜ ସଂସଦୀୟ କ୍ଷେତ୍ରରେ ଭାବପୂର୍ଣ୍ଣ ଅପିଲ କରିଥିଲେ । ଏପରିକ ପ୍ରଚାର କରି ପତ୍ନୀ ସୁନେତ୍ରାଙ୍କ କଥା ବି ଜନତାଙ୍କୁ ଜଣାଇଥିଲେ ଅଜିତ । ସେଠାରୁ ହିଁ ସୁନେତ୍ରା ନିର୍ବାଚନକୁ ଓହ୍ଲାଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।

ବର୍ତମାନ ବାରାମତୀ ସାଂସଦ ଅଛନ୍ତି ସୁପ୍ରିୟା ସୁଲେ । ୨୦୦୯ରୁ ଏଠାକାର ସାଂସଦ ରହିଛନ୍ତି ଅନ୍ୟପଟେ ସୁନେତ୍ରା ସକ୍ରିୟ ରାଜନୀତିରୁ ଦୂରରେ ରହିଥିଲେ ତଥାପି ଅନୁଭବି ରାଜନେତାଙ୍କ ଗହଣରେ ଛୋଟବେଳୁ ସମୟ କାଟିଛନ୍ତି ।  ସୁନେତ୍ରାଙ୍କ ଭାଇ ଓ ଦାଦା ମନ୍ତ୍ରୀ ରହିସାରିଛନ୍ତି । ସେପଟେ ପାୱାର ପରିବାରର ବୋହୂ ହେବା ପରେ ପରୋକ୍ଷରେ ରାଜନୀତି ସହ ସେ ଜଡିତ ରହିଛନ୍ତି ।

ଯଦି ନିଜ ପକାଇବା କିଛିଦିନର କଥା ତେବେ ମହାରାଷ୍ଟ୍ରର ସବୁଠୁ ବଡ ରାଜନୈତିକ ପରିବାର ପାୱାର ପରିବାର ମଧ୍ୟରେ ଫାଟ ଓ ଦୂରତା ବଢ଼ୁଛି । ୨୦୨୪ ନିର୍ବାଚନୀ ଯୁଦ୍ଧ କେବଳ ଅଜିତ ଓ ଶରଦଙ୍କ ଭିତରେ ନୁହେଁ ବଂର ଭାଇ ଭଉଣୀ ସୁପ୍ରିୟା ସୁଲେ, ଅଜିତ ପାୱାର, ନଣନ୍ଦ ଭାଉଜ ସୁନେତ୍ର ଓ ସୁପ୍ରିୟା ସୁଲେଙ୍କ ମଧ୍ୟରେ ରୋଚକ ହୋଇପାରେ ।