ଆଇପିଏଲ ମହାନିଲାମୀ: କାହାକୁ ଦରକାର ୱିକେଟ କିପର ତ କାହାକୁ କ୍ୟାପଟେନ, ଜାଣନ୍ତୁ କେଉଁ ଖେଳାଳିଙ୍କ ଉପରେ ରହିଛି ନଜର

114

କନକ ବ୍ୟୁରୋ: ଆଜି ଆଇପିଏଲ ୨୦୨୨ ପାଇଁ ହେବ ମେଗା ଅକ୍ସନ । ବାଙ୍ଗାଲୁରୁରେ ହେବାକୁ ଥିବା ଏହି ଅକ୍ସନ ଦୁଇ ଦିନ ଧରି ହେବ । ଏଥର ଲକ୍ଷ୍ନ ଓ ଅହମ୍ମଦାବାଦ ଦୁଇଟି ଟିମ ଅକ୍ସନରେ ସାମିଲ ହେବେ । ସବୁ ଟିମ ୪ ଜଣ ଖେଳାଳିଙ୍କୁ ରିଟେନ ରଖି ସାରିଥିବା ବେଳେ ଏବେ ଅନ୍ୟ ଖେଳାଳିଙ୍କୁ କିଣିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ସେହିପରି ଏହି ଟିମ ମଧ୍ୟ କିଛି ଟିମକୁ ଅଧିନାୟକ ଆବଶ୍ୟକ ହେଉଥିବା ବେଳେ ଆଉ କିଛି ଟିମ ୱିକେଟ କିପର ଟାର୍ଗେଟରେ ରହିଛନ୍ତି ।

ପୁରୁଣା ଫ୍ରାଞ୍ଚାଇଜର କିଛି ଟିମକୁ ଅଧିନାୟକର ଆବଶ୍ୟକତା ରହିଛି । ଏହି ଟିମ ହେଉଛି କୋଲକାତା ନାଇଟ ରାଇଡର ଓ ପଞ୍ଜାବ କିଙ୍ଗସ । ଗତ ଆଇପିଏଲରେ କୋଲକାତା ଇୟନ ମୋର୍ଗାନ ଓ ପଞ୍ଜାବ କେଏଲ ରାହୁଲଙ୍କୁ ଅଧିନାୟକ ରଖିଥିଲା । ହେଲେ ଖେଳାଳିଙ୍କୁ ଦଳ ଛାଡିଦେଇଛି । ଏବେ ରାହୁଲ ପଞ୍ଜାବ ଦଳ ଛାଡି ଲକ୍ଷ୍ନୈ ଦଳରେ ସାମିଲ ହୋଇଛନ୍ତି ।

ସେହିପରି ଏଥର ବିରାଟ ବାଙ୍ଗାଲୋରର ଅଧିନାୟକ ପଦ ଛାଡିଦେଇଛନ୍ତି । ବିରାଟ ଜଣେ ସାଧାରଣ ଖେଳାଳି ଭାବେ ଏଥର ଦଳରେ ଖେଳିବେ । ତେଣୁ ବାଙ୍ଗାଲୋର ମଧ୍ୟ ନୂଆ ଅଧିନାୟକର ଆବଶ୍ୟକତା ରହିଛି । ଏହାସହ ମୁମ୍ବାଇ, ଅମହମ୍ମଦାବାଦ, କୋଲକାତା, ହାଇଦ୍ରାବାଦ ଓ ପଞ୍ଜାବ ଦଳକୁ ୱିକେଟ କିପରର ଆବଶ୍ୟକତା ମଧ୍ୟ ରହିଛି ।

ସେପଟେ ଦେଖିବାକୁ ଗଲେ ଅଧିନାୟକ ଭାବେ ଶ୍ରେୟାସ ଆୟର, ସୁରେଶ ରାଇନା, ଡେଭିଡ ୱାର୍ଣ୍ଣର, ଶିଖର ଧୱନ, ଅମ୍ବାତି ରାଇଡୁ, ରବିନ ଉଥପ୍ପାଙ୍କ ଉପରେ ଦଳଗୁଡିକ ଭରସା କରିପାରନ୍ତି । ସେହିପରି ୱିକେଟ କିପର ଭାବେ ଇଶାନ କିଷାନ, କ୍ୱିଣ୍ଟନ ଡିକକ, ରଦ୍ଧିମାନ ଶାହା ଲିଷ୍ଟରେ ରହିଛନ୍ତି ।