ଓଜନ କମାଇବାକୁ ଚାହୁଁଛନ୍ତି କି? ଦ୍ୱିପହର ଖାଇବାରେ ସାମିଲ କରନ୍ତୁ ଏସବୁ ଖାଦ୍ୟ ।

195

କନକ ବ୍ୟୁରୋ: ଫିଟ୍ ରହିବା ମସସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଂଜ । ଏଥିପାଇଁ ବ୍ୟାୟାମ ସହ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ । ବିଶେଷ କରି ଦ୍ୱିପହର ଖାଇବାରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମିଲ କଲେ ଦ୍ରୁତ ଗତିରେ ମୋଟାପା କମିବାରେ ସାହାଯ୍ୟ କରେ ।

କରୋନା ସମୟରେ ୱାର୍କ ଫ୍ରମ୍ ହୋମ୍ ନିୟମ ଲାଗୁ ହେବା ପରେ ଘରେ ବସି କାମ କରିବା ଯୋଗୁଁ ଅନେକଙ୍କ ଜୀବନ ଶୈଳୀରେ କିଛି ପରିବର୍ତ୍ତନ ହୋଇଛି । କାମର ଚାପ ମଧ୍ୟରେ ନିଜ ଖାଇବା ପିଇବା ଉପରେ ଅନେକ ଗୁରୁତ୍ୱ ଦେଇନଥାନ୍ତି । କେବଳ ଜଳଖିଆ ଓ ରାତ୍ରିି ଭୋଜନ ଉପରେ କିଛିଟା ଗୁରୁତ୍ୱ ଦିଅନ୍ତି । ସେମାନେ ଭାବନ୍ତି ଏହି ଦୁଇ ବେଳା ଭଲ ପୋଷଣ ଯୁକ୍ତ ଖାଦ୍ୟ ଖାଇଲେ ଫିଟନେସ୍ ବଜାୟ ରହିବ । କିନ୍ତୁ ଜାଣି ରଖନ୍ତୁ ସକାଳର ଖାଇବା ସହ ଦ୍ୱିପହରର ଖାଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଆପଣ ପ୍ରୋଟିନ୍, କ୍ୟାଲୋରୀ, ଫାଇବର ଯୁକ୍ତ ଖାଦ୍ୟ ସାମିଲ କରିବା ନିହାତି ଜରୁରୀ ।

ତେବେ ଓଜନ କମାଇବାକୁ ଦ୍ୱିପହରର ଖାଦ୍ୟରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମିଲ କଲେ ଓଜନ ଦ୍ରୁତ କମିବାର ନଜିର ମଧ୍ୟ ରହିଛି ।
ସନ୍ତୁଳା: ଭାରତୀୟ ଖାଦ୍ୟରେ ସନ୍ତୁଳା ଏକ ମୁଖ୍ୟ ଖାଦ୍ୟ । ସବୁ ପ୍ରକାର ପନିପରିବା ମିଶାଇ ସନ୍ତୁଳା ପ୍ରସ୍ତୁତ କରିବା ଅନେକଙ୍କ ଖାଦ୍ୟର ଏକ ମୁଖ୍ୟ ଅଂଶ । ଏଥିରେ ତେଲ ମସଲାର ବ୍ୟବହାର ଖୁବ କମ ବା ଆଦୌ ହେଉନଥିବାରୁ ଏହା ସ୍ୱାସ୍ଥ୍ୟପ୍ରଦ । ଏହାସହ ଲଂଚରେ ଶାଗ କିମ୍ବା ପତ୍ର ଜାତୀୟ ପରିବା ସାମିଲ କରିବା ଉଚିତ । ଏଥିରେ ଥିବା କ୍ୟାଲସିୟମ, ଆଇରନ୍ ଓ ଭିଟାମିନ୍ –ଏ ଭରପୁର ମାତ୍ରାରେ ଥିବାରୁ ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖେ ।

ଡାଲି: ଡାଲି ଜାତୀୟ ଖାଦ୍ୟ ଶରୀର ପାଇଁ ବେଶ ଲାଭପ୍ରଦ । ଡାଲିରେ ପ୍ରୋଟିନ୍, ଆଇରନ୍, ଜିଙ୍କ୍, ଭରପୁର ମାତ୍ରାରେ ରହିଥାଏ । ଡାଲି ଜାତୀୟ ଖାଦ୍ୟ ଶରୀରକୁ ପୋଷଣ ଯୋଗାଇବା ସହ ଶରରୀର ଆର୍ଦ୍ରତା ମଧ୍ୟ ବଜାୟ ରଖେ । ତେଣୁ ଲଂଚରେ ବିଭିନ୍ନ ପ୍ରକାର ଡାଲି ଜାତୀୟ ଖାଦ୍ୟକୁ ସାମିଲ କରିବା ଉଚିତ ।

ଦହି:ଦ୍ୱିପହର ଖାଦ୍ୟରେ ଦହିକୁ ସାମିଲ କରିବାକୁ ଭୁଲନ୍ତୁ ନାହିଁ । ଦହିକୁ ବିଭିନ୍ନ ଉପୟାରେ ଯେପରି ଦହି କଡି ହେଉ ବା ସାଲାଡରେ ହେଉ ବା ରାଇତା ଭାବେ ହେଉ ସାମିଲ କରିବା ଉଚିତ । କାରଣ ଦହି ଖାଇବା ଦ୍ୱାରା ଶରୀରର ମେଦ କମିବା ସହ ଚେହେରାରେ ଚମକ ମଧ୍ୟ ଆସିଥାଏ ।