ରାଜପଥରେ ପୁଣି ଦେଖିବାକୁ ମିଳିଲା ନାରୀ ଶକ୍ତି : ପ୍ରଥମଥର ପାଇଁ ପରେଡରେ ସାମିଲ ହେଲେ ରାଫେଲ ଯୁଦ୍ଧ ବିମାନର ଏକମାତ୍ର ମହିଳା ପାଇଲଟ ଶିବାଙ୍ଗୀ ସିଂ

ରାଷ୍ଟ୍ରପତିଙ୍କୁ ଦେଲେ ସଲାମି

143

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ରାଜପଥରେ ଦେଖିବାକୁ ମିଳିଲା ନାରୀ ଶକ୍ତିର ଝଲକ । ରାଫେଲର ଏକମାତ୍ର ମହିଳା ଫାଇଟର ଶିବାଙ୍ଗୀ ସିଂହ ନିଜର ଦମ୍ ଦେଖାଇଛନ୍ତି । ରାଜପଥରେ ରାଷ୍ଟ୍ରପତିଙ୍କୁ ସଲାମୀ ଜଣାଇଥିଲେ ଶିବାଙ୍ଗୀ ସିଂହ । ଦ୍ୱିତୀୟ ମହିଳା ଫାଇଟର ଜେଟ୍ ପାଇଲଟ୍ ଭାବେ ଭାରତୀୟ ବାୟୁ ସେନାର ପ୍ରଜ୍ଞାପନ ମେଢରେ ସାମିଲ ହୋଇଥିଲେ ।

ଗତବର୍ଷ ଫ୍ଲାଇଟ୍ ଲେଫ୍ଟନାଂଟ ଭାବନା କାନ୍ତ ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ୍ ଭାବେ ଭାରତୀୟ ବାୟୁ ସେନାର ପ୍ରଜ୍ଞାପନ ମେଢରେ ସାମିଲ ହୋଇଥିଲେ । ବାରଣାସୀର ଶିବାଙ୍ଗୀ ସିଂହ ୨୦୧୭ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ । ରାଫେଲ ଉଡାଇବା ପୂର୍ବରୁ ଶିବାଙ୍ଗୀ ମିଗ୍-୨୧ ଉଡାଇଛନ୍ତି ।

ଶିବାଙ୍ଗୀ ସିଂ ହେଉଛନ୍ତି ଗୁଜରାଟର ଝିଅ । ପିଲାଟି ଦିନରୁ ବିମାନ ଉଡାଣ ପ୍ରତି ତାଙ୍କର ରୁଚି ରହିଥିଲା । ବାରଣାସୀରେ ସ୍କୁଲ ଶିକ୍ଷା ସରିବା ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ । ଏହା ପରେ ଏନସିସି ୭ ୟୁପି ଏୟାର ସ୍କୁଆଡ୍ରନର ସଦସ୍ୟ ରହିଥିଲେ । ୨୦୧୬ରେ ତାଙ୍କୁ ବାୟୁସେନା ଏକାଡେମୀକୁ ବିମାନ ଉଡାଣ ନେଇ ତାଲିମ ପାଇଁ ପଠାଯାଇଥିଲା ।