ବିସିସିଆଇର ଐତିହାସିକ ନିଷ୍ପତ୍ତି । ଏବେ ପୁରୁଷ ଓ ମହିଳା କ୍ରିକେଟ ଖେଳାଳୀଙ୍କ ମିଳିବ ସମାନ ଫି

201

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ଐତିହାସିକ ନିଷ୍ପତ୍ତି ନେଇଛି ବିସିସିଆଇ । ଏବେ ଉଭୟ ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କ ମଧ୍ୟରେ ଭେଦଭାବ ରହିବ ନାହିଁ । ସମସ୍ତଙ୍କୁ ସମାନ ଫି ମିଳିବ ବୋଲି ଆଜି ବିସିସିଆଇର ସଚିବ ଜୟ ଶାହା ଘୋଷଣା କରିଛନ୍ତି ।

ଏହି ଐତିହାସିକ ନିଷ୍ପତ୍ତିକୁ ଜୟ ଶାହା ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛନ୍ତି । ସେ କହିଛନନ୍ତି ମହିଳା ଓ ପୁରୁଷ କ୍ରିକେଟରଙ୍କ ସମାନ ମ୍ୟାଚ୍ ଫି ମିଳିବ । ଏବେ ଟେଷ୍ଟ କ୍ରିକେଟରେ ଗୋଟିଏ ମ୍ୟାଚ ପାଇଁ ୧୫ ଲକ୍ଷ ଓ ଏକଦିବସୀୟ ମ୍ୟାଚରେ ୬ ଲକ୍ଷ ଟଙ୍କା ମିଳିବ ।

ବିସିସିଆଇ ସଚିବ ଜୟ ଶାହା କହିଛନ୍ତି କି, ଗୋଟିଏ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଉଭୟ ମହିଳା ଓ ପୁରୁଷ କ୍ରିକେଟରଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହା ସହ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିବାରୁ ଜୟ ଶାହା ଓପେକ୍ସ କାଉଁସିଲକୁ ଧନ୍ୟବାଦ ଜଣାଇଛନ୍ତି ।

କହିରଖୁ କି ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କୁ ସମାନ ମ୍ୟାଚ୍ ଫି ଦେବା ନିଷ୍ପତ୍ତି ଭାରତ ପୂର୍ବରୁ ପ୍ରଥମେ ନ୍ୟୁଜିଲାଣ୍ଡ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘୋଷଣା କରିଥିଲା । ଚଳିତ ବର୍ଷ ଜୁଲାଇ ମାସରେ ନ୍ୟୁଜଲାଣ୍ଡ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏହି ନିଷ୍ପତ୍ତି ନେଇଥିଲା ।