ବୁମରାହଙ୍କ ପାଇଁ ବଡ ଚ୍ୟାଲେଞ୍ଜ: ବିନା ହେଡ୍ କୋଚରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ ଭାରତ!

187

କନକ ବ୍ୟୁରୋ: ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଟିମ ଇଣ୍ଡିଆକୁ ଫେରିବେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ । ଆଉ ଏହି ସିରିଜରେ ବୁମରାହଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ହେଲେ ସିରିଜ ଆରମ୍ଭ ହେବା ଆଗରୁ ବୁମରାହଙ୍କ ପାଇଁ ଟେନସନ ବଢିଯାଇଛି । ଏହି ସିରିଜ ତାଙ୍କ ପାଇଁ ଗୋଟିଏ ବଡ ଚ୍ୟାଲେଞ୍ଜ । କାରଣ ଏହି ସିରିଜରେ ଟିମ ଇଣ୍ଡିଆର ହେଡ କୋଚ ନା ରାହୁଲ ଦ୍ରାବିଡ ଅଛନ୍ତି ନା ଭିଭିଏସ ଲକ୍ଷ୍ମଣ ।

ପୂର୍ବରୁ ଭିଭିଏସ ଲକ୍ଷ୍ମଣଙ୍କୁ ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଟିମର କୋଚ ହେବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏବେ ଖୁଲାସା ହୋଇଛି ଯେ ଲକ୍ଷ୍ମଣ କୋଚ ଦାୟିତ୍ୱ ସମ୍ଭାଳିବେ ନାହିଁ । ଲକ୍ଷ୍ମଣଙ୍କ ସ୍ଥାନରେ ସିତାଶୁଂ କୋଟକ ଓ ସାଇରାଜ ବୁହୁତୁଲେଙ୍କ ଭଳି ଅନ୍ୟ କିଛି କୋଚ ସହଯୋଗୀ ଷ୍ଟାଫ ଭାବେ ଏହି ସିରିଜରେ ଦାୟିତ୍ୱ ସମ୍ଭାଳିବେ ।

ଆୟର୍ଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଷିଷ୍ଟ ଟି-୨୦ ସିରିଜରେ ବୁମରାହଙ୍କଠାରୁ ଅନେକ ଆଶା ରଖିଛି ଭାରତ । ୩ ଟି-୨୦ ମ୍ୟାଚ ଅଗଷ୍ଟ ୧୮, ୨୦ ଓ ୨୩ରେ ଖେଳାଯିବ । ଏହି ୩ ମ୍ୟାଚ ଡବଲିନରେ ଖେଳାଯିବ । ଏଥିପାଇଁ ଭାରତ ଅଗଷ୍ଟ ୧୫ରେ ଡବଲିନ ଅଭିମୁଖେ ବାହାରିବ ।