ଜିମ୍ବାୱେ ବିପକ୍ଷ ଏକଦିବସୀୟ ମ୍ୟାଚରେ ଭାରତର ଦ୍ୱିତୀୟ ବିଜୟ, ସିରିଜ ଦଖଲ କଲା ଭାରତ

74

କନକ ବ୍ୟୁରୋ : ଜିମ୍ବାୱେ ବିପକ୍ଷରେ ଚାଲିଥିବା ଏକଦିବସୀୟ ସିରିଜରେ ଭାରତ କ୍ରମାଗତ ଭାବେ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଦଖଲ କରିଛି । ଶନିବାର ଦିନ ହରାରେ ଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଜିମ୍ବାୱେ ଦଳ ଭାରତକୁ ୧୬୨ ରନର ଟାର୍ଗେଟ ଦେଇଥିଲା । ଭାରତୀୟ ଟିମ୍ ୫ ୱିକେଟ ହରାଇ ଏହି ମ୍ୟାଚକୁ ଜିତିଯାଇଛି । ଏହାସହିତ ୩ ମ୍ୟାଚ ବିଶିଷ୍ଠ ଏହି ଏକଦିବସୀୟ ସିରିଜରେ ଭାରତ ୨-୦ ରେ ଆଗୁଆ ରହି ସିରିଜ ଦଖଲ କରିଛି ।

ଏହି ମ୍ୟାଚରେ ଭାରତ ତରଫରୁ ଦୀପକ ହୁଡ୍ଡା ୨୫ ଓ ସଞ୍ଜୁ ସେମସନ ୪୩ ରନ କରିଥିଲେ । ଭାରତ ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଦୀପକ ହୁଡ୍ଡା ଓ ସଞ୍ଜୁ ସେମସନ ମ୍ୟାଚକୁ ସମ୍ଭାଳି ନେଇଥିଲେ । ପ୍ରଥମେ ଶିଖର ଧାୱନ ଓ ଅଧିନାୟକ କେଏଲ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ ହେଲେ କେଏଲ ରାହୁଲ ମାତ୍ର ଗୋଟିଏ ରନ କରି ଆଉଟ ହୋଇଯିବା ପରେ ଶିଖର ଧାୱନ ୩୩ ରନ କରିବାକୁ ସକ୍ଷମ ହୋଇଥିଲେ ।