ରାଉରକେଲାରେ ଅମିତ ଶାହାଙ୍କ ଗର୍ଜନ: କହିଲେ, ବିଜେଡି ସରକାରକୁ ହଟାଇ ବିକାଶ ଯୁଗ ଆରମ୍ଭ କରିବାର ସମୟ

52

କନକ ବ୍ୟୁରୋ: ଆଜି ରାଉରକେଲାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଉରେକାଲରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହାସହ ନରେନ୍ଦ୍ର ମୋଦୀଙ୍କ ବିକାଶର କଥା ଲୋକଙ୍କୁ କହିବା ସହ ବିଜେଡି ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି । ଶାହା କହିଛନ୍ତି, ଏ ନିର୍ବାଚନରେ ସମୟ ଆସିଛି ବିଜେଡି ସରକାରକୁ ହଟାଇ ବିକାଶର ଯୁଗ ଆରମ୍ଭ କରିବାର । ଏହାସହ ବିଜେପି ଓଡିଶାରେ ୧୫ ଲୋକସଭା ଆସନ, ୭୫ ବିଧାନସଭା ଆସନ ଜିତିବ ବୋଲି ବୋଲି ଶାହା ଦମ୍ଭୋକ୍ତି ଦେଖାଇଛନ୍ତି ।

ଶାହା କହିଛନ୍ତି, ବିଜେଡି ସରକାର ଦିନକୁ ଦିନ ଓଡିଶାର ଗୌରବକୁ ଅପମାନ କରୁଛନ୍ତି । ମୋତେ କୁହ ଓଡିଶାରେ ଶାସନ ଓଡିଆରେ ହେବା ଦରକାର ନା ତାମିଲରେ । ଜଗନ୍ନାଥ ମନ୍ଦିରରର ସବୁ ଦ୍ୱାର ଖୋଲିବାକୁ ଦେଉ ନାହାନ୍ତି । ପରିକ୍ରମା ନାଁରେ ଏହାକୁ ପର୍ଯ୍ୟଟନ ମନ୍ଦିର କରାଯାଇଛି । ଜଗନ୍ନାଙ୍କ ମନ୍ଦିରକୁ ଅପମାନିତ କରିବାର କାମ କରାଯାଉଛି । ମୁଁ ଆଜି ନବୀନ ପଟ୍ଟନାୟକଙ୍କଙ୍କୁ କହିବାକୁ ଆସିଛି ରତ୍ନଭଣ୍ଡାରର ଚାବି କେଉଁଠି ଅଛି ଓଡିଶାବାସୀ ଦାଣିବାକୁ ଚାହୁଁଛନ୍ତି । ଡୁପ୍ଲିକେଟ ଚାବି କିଏ ତିଆରି କରିଥିଲା? ଯାଞ୍ଚ ଆୟୋଗର ରିପୋର୍ଟକୁ କାହିଁକି ନବୀନ ବାବୁ ଚାପିକି ରଖିଛନ୍ତି । ମୁଁ କହୁଛି ବିଜେପି ସରକାର କରନ୍ତୁ ଯାଞ୍ଚ ଆୟୋଗର ରିପୋର୍ଟକୁ ସାର୍ବଜନୀନ କରନ୍ତୁ ।

ଶାହା ଆହୁରି କହିଛନ୍ତି, ୨୫ ବର୍ଷ ଓଡିଶା ବିକାଶର ବୃଥା ବର୍ଷ । ଏହି ୨୫ ବର୍ଷ ଓଡିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛି । ମୁଁ କହିବାକୁ ଚାହୁଁଛି ପଶ୍ଚିମ ଓଡିଶା ସହ ସରକାର ସାବତ ପୁଅ ଭଳି ବ୍ୟବହାର କରିଛନ୍ତି । ଆଜି ବି ଓଡିଶାର ୨୫ ଲକ୍ଷ ଲୋକଙ୍କ ପାଖରେ ପକ୍କା ଘର ନାହିଁ । ୨୬ ଲକ୍ଷ ଲୋକଙ୍କ ଘରେ ନଳରୁ ଜଳ ଆସୁନି । ବିଜେପି ସରକାର ହେଲେ ୧ ବର୍ଷରେ ୨୬ ଲକ୍ଷ ପରିବାରକୁ ନଳରୁ ଜଳ ଦେବାର କାମ ବିଜେପି କରିବ । ଓଡିଶାର ଚାଷୀଙ୍କ ଆୟ ଦେଶରେ ସବୁଠୁ କମ । ବିଜେପି ସରକାର ହେଲେ ଧାନ କ୍ୱାଣ୍ଟିଲ ପିଛା ୩୧ ଶହ ଟଙ୍କା ହୋଇଯିବ ।

ନବୀନ ସରକାର ହେଉଛି ବ୍ୟାଗ ସରକାର । ମୋଦୀ ପ୍ରତି ବ୍ୟକ୍ତିଙ୍କୁ ୫ କେଜି ଚାଉଳ ଦେଉଛନ୍ତି ନବୀନ ବାବୁ ତା ଉପରେ ନିଜର ବ୍ୟାଗ ଲଗାଇ ଲୋକଙ୍କୁ ଦେଉଛନ୍ତି । ନବୀନ ବାବୁ ବ୍ୟାୀଗକୁ ଲୋକ ଖାଇପାରିବେନି ଯଦି ପାରୁଛନ୍ତି ୨ କେଜି ଚାଉଳ ବଢାଇ ଦିଅନ୍ତୁ ଲୋକ ଉପକୃତ ହେବେ । ବୀରମିତ୍ରପୁରରେ ଲାଇନଷ୍ଟୋନର ମାଇନ୍ସ ଥିଲା ତାକୁ ବିଜେଡି ବନ୍ଦ କରିଦେଇଥିଲା । ୨୦୧୪ରେ ବିଜେପି ଚାଲୁ କରିଥିଲା । ରଘୁନାଥ ପଲ୍ଲୀରେ ବିଶାଳ ଫର୍ଟିଲାଇଜର ପ୍ଲାଣ୍ଟ ଥିଲା ୨୫ କୋଟି ଟଙ୍କାରେ ବିକିଥିଲେ । ମେଡିକାଲ କଲେଜର ଦାବି ଥିଲା ନବୀନ ସରକାର ଶିଳାନ୍ୟାସ ତ କଲେ ହେଲେ କେବେ ଚାଲୁ କରିନଥିଲେ । ଏବେ ବିଜେପି ସରକାର ତାକୁ ଚାଲୁ କରିବାକୁ ଯାଉଛନ୍ତି ବୋଲି ଶାହା କହିଥିଲେ ।

ଶାହା କହିଛନ୍ତି, ବିଧାୟକ, ସାଂସଦ ରାଜ୍ୟ ଚଳାଇବେ ନା ଅଫିସର ଚଳାଇବେ । ନବୀନ ସରକାରରେ ଅଫିସର ରାଜ୍ୟ ଚଳାଇଥିଲେ । ସେଥିପାଇଁ ଆଦିବାସୀଙ୍କ ଜମି ହଡପ କରାଯାଉଛି । ମୋଦୀ ସରକାର ଆଦିବାସୀଙ୍କୁ ସମ୍ମାନ କରୁଛନ୍ତି । ମୋଦୀ ଜୀ ୨୦୦ କୋଟି ଖର୍ଚ୍ଚରେ ଆଦିବାସି ମ୍ୟୁଜିୟମ ତିଆରି କରୁଛନ୍ତି, ୧୫ ନଭେମ୍ବରକୁ ବିର୍ସାମୁଣ୍ଡା ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ମନାଉଛନ୍ତି । ସୁନ୍ଦରଗଡ ବିକାଶ ପାଇଁ ୭୦୦ କୋଟି ଖର୍ଚ୍ଚରେ ୨୪ କିମି ବିରମିତ୍ରପୁର ବ୍ରାହ୍ମଣୀ ବାଇପାସ ତିଆରି କରାଯାଇଛି । ପୂରା ରାଉରକେଲା ବନ୍ଦେଭାରତ ଏକ୍ସପ୍ରେସ ଚଲାଇଲା । ନବୀନ ବାବୁ ଓଡିଶାର ଭଲ କରିପାରିବେନି । ଯଦି ଓଡିଶାର ବିକାଶ ଚାହୁଁଛ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବା ଦରକାର ।