ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ନେତାଠୁ କର୍ମୀ ।

128

କନକବ୍ୟୁରୋ: ରାଉରକେଲାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ନେତାଠୁ ନେଇ କର୍ମୀ । ଚଳିତ ସାଧାରଣ ନିର୍ବାଚନ ପାଇଁ ରାଉଲକେଲାର ଏୟାର ପୋର୍ଟ ନିକଟସ୍ଥ ପଡ଼ିଆରେ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ ବିଜେପିିର ନମ୍ବର ଟୁ ନେତା ଅମିତ ଶାହା । ଏହି ସଭାରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ବିଜେପି କର୍ମୀ ଓ ଶୁଭେଛୁ ସାମିଲ ହୋଇଛନ୍ତି । ଆଜି କଣ କହିବେ ଶାହା? ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଗସ୍ତ ପରେ ଅମିତ ଶାହାଙ୍କ ଗସ୍ତ ଚଳିତ ନିର୍ବାଚନକୁ କେତେ ପ୍ରଭାବିତ କରିବ ତାକୁ ନେଇ ଚର୍ଚ୍ଚା କରୁଛନ୍ତି ରାଜନୈତିକ ସମୀକ୍ଷକ ।