ମହାନଦୀ ଓ ଶାଖା ନଦୀରେ ଖସୁଛି ଜଳସ୍ତର, ହେଲେ ବଢୁଛି ଦୁର୍ଦ୍ଦଶା: ଖାଇବା, ପିଇବାରେ ହେଉଛି ସମସ୍ୟା

48

କନକ ବ୍ୟୁରୋ: କମୁଛି ବନ୍ୟା ଜଳ । ହେଲେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା । ଦେବୀ ନଦୀରେ ବନ୍ୟା ଯୋଗୁଁ ଜଗତସିଂହପୁର ଜିଲ୍ଲା କଂଟିଲୋ ପଂଚାୟତର ଲୋକେ ୮ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ୮ ଦିନ ଭିତରେ ଥରେ ମାତ୍ର ରନ୍ଧା ଖାଦ୍ୟ ମିଳିଥିବାରୁ ଲୋକେ ଖାଇବା, ପିଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ପାଣି ଘେର ଭିତରେ ରହୁଥିବାରୁ ସାପ ବେଙ୍ଗର ଭୟ ରହିଛି ।