ଆମେଠୀରେ ସ୍ମୃତି ଇରାନୀଙ୍କ ଉପରେ ବର୍ଷିଲେ ଅଖିଳେଶ । କହିଲେ, ଏବେ ସିଲିଣ୍ଡର ବାଲା ସରେଣ୍ଡର କରୁଛନ୍ତି

265

କନକ ବ୍ୟୁରୋ : ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜି ଆମେଠୀ ଠାରେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ୍ ଶର୍ମାଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଏହି କ୍ରମରେ ସେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କି, ଆମେଠୀରେ ସିଲିଣ୍ଡର ବାଲା ଏବେ ସରେଣ୍ଡର କରୁଛନ୍ତି  । ଏହାସହ ସେ କହିଛନ୍ତି କି, ଯେଉଁ ଲୋକପ୍ରତିନିଧୀ ୨୦୧୯ ରେ ଆମେଠୀ ଭୋଟରଙ୍କୁ ୧୩ ଟଙ୍କାରେ ଚିନି ଦେବା କଥା କହି ଠକିଛନ୍ତି ତାଙ୍କୁ ଆମେଠୀ ବାସୀ ଭୋଟ ଦେବେ ନାହିଁ । ସ୍ମୃତି ଇରାନୀ ସବୁଦିନ ପାଇଁ ଆମେଠୀବାସୀଙ୍କ ସ୍ମୃତିରେ ରହିବେ ବୋଲି ସେ କହିଛନ୍ତି । ଅଖିଳେଶ କହିଛନ୍ତି କି, ଆମେଠୀବାସୀଙ୍କୁ ଯିଏ ଧୋକା ଦେଇଛି ସେ ଏବେ ପ୍ରତିଦିନ ନୂଆ ନୂଆ ଗାଡି ଚଢୁଛି ।

ବିଜେପିର ୪୦୦ ପାର ନାରାକୁ ମଧ୍ୟ ଅଖିଳେଶ କଟାକ୍ଷ କରିଛନ୍ତି ସେ କହିଛନ୍ତି କି ୪୦୦ ପଛ କଥା ଏଥର ବିଜେପି ୧୪୦ ଆସନ ଡେଇଁ ପାରିବ ନାହିଁ । ବିଜେପି ୪୦୦ ଆସନ ଦଖଲ କରି ସମ୍ବିଧାନ ବଦଳାଇବାକୁ ଚାହୁଁଥିବା ଅଖିଳେଶ ଅଭିଯୋଗ କରିଛନ୍ତି । ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି କି, ଯେଉଁ ଲୋକମାନେ ସମ୍ବିଧାନ ବଦଳାଇବାକୁ ଯାଉଛନ୍ତି ସେମାନଙ୍କୁ ଲୋକେ ବଦଳାଇଦେବ । ଭୋଟରଙ୍କୁ ନିର୍ଭୟରେ ବୁଥକୁ ଯାଇ ମତଦାନ କରିବାକୁ ଅଖିଳେଶ କହିଛନ୍ତି ।

ଅନ୍ୟପଟେ ଗୃହପାଳିତ ପଶୁପକ୍ଷୀମାନେ ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି । ହେଲେ କାଶୀ ସାଂସଦଙ୍କର ଏକ ପୁରୁଣା ବୟାନକୁ ଆଧାର କରି ସେ କହିଛନ୍ତି କି, ଆଜି ବି କୃଷକମାନେ ସେମାନଙ୍କ କ୍ଷେତକୁ ନିଜେ ସୁରକ୍ଷା ଦେଉଛନ୍ତି । ହେଲେ ଯେଉଁ ନେତାମାନେ ଚାଷୀଙ୍କୁ କଥା ଦେଇ ପ୍ରତାରଣା କରିଛନ୍ତି ଆମେଠୀବାସୀ ସେମାନଙ୍କୁ ଉଚିତ୍ ଜବାବ ଦେବେ ।