ଭାରତକୁ ନେଇ ବଡ ବୟାନ ରଖିଲେ ଚୀନ ରାଷ୍ଟ୍ରଦୂତ । ସୁନ ୱଇଡଙ୍ଗ କହିଲେ ଉଭୟ ଦେଶ ପରସ୍ପର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦେବା ଅନୁଚିତ

207

କନକ ବ୍ୟୁରୋ : ଭାରତ-ଚୀନ ପରସ୍ପର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବା ଉଚିତ୍ । ଏଭଳି ବୟାନ୍ ଦେଇଛନ୍ତି ଚୀନ ରାଷ୍ଟ୍ରଦୂତ ସୁନ୍ ୱେଇଡୋଙ୍ଗ । ତିନିବର୍ଷ ଧରି ଭାରତରେ ଚୀନର ରାଷ୍ଟ୍ରଦୂତ ଭାବେ ଥିବା ସୁନଙ୍କ ମଙ୍ଗଳବାର କାର୍ଯ୍ୟକାଳ ଶେଷ ହୋଇଛନ୍ତି । ତେବେ ନିଜ ବିଦାୟୀ ଭାଷଣରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ମଙ୍ଗଳବାର ଚାଇନା ଦୂତାବାସ ୱେବସାଇଟ୍ରେ ପୋଷ୍ଟ କରାଯାଇଥିବା ତାଙ୍କ ବିଦାୟୀ ଭାଷଣରେ ସୁନ୍ କହିଛନ୍ତି, ଭାରତ-ଚୀନ ଉଭୟେ ପଡୋଶୀ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ରହିବା ସାଧାରଣ କଥା, ହେଲେ ଉଭୟେ ଏହାକୁ ମେଂଟାଇବା ଉଚିତ୍ । ଦୁଇ ଦେଶ ପରସ୍ପରର ରାଜନୈତିକ ବ୍ୟବସ୍ଥା ବିକାଶ ପଥକୁ ସମ୍ମାନ ଦେବା ଆବଶ୍ୟକ । ଏହାଛଡା ପରସ୍ପର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ନୀତି ବଜାୟ ରଖିବା ଉଚିତ୍ ବୋଲି କହିଛନ୍ତି ସୁନ୍ ୱେଇଡୋଙ୍ଗ ।