ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର । ପେଟରୁ ମିଳିଲା ମହିଳାଙ୍କ ମୃତଦେହ

1,597

କନକ ବ୍ୟୁରୋ : ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର । ପେଟରୁ ମିଳିଲା ମହିଳାଙ୍କ ମୃତଦେହ । ଇଣ୍ଡୋନେସିଆର ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲିଟିଛି । ଏକ ବିଶାଳକାୟ ଅଜଗର ୫୪ ବର୍ଷୀୟ ମହିଳାଙ୍କୁ ଜୀଅନ୍ତା ଗିଳିଦେଇଛି । ମହିଳା ଜଣକ ଜଙ୍ଗଲକୁ ରବର ସଂଗ୍ରହ ପାଇଁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମହିଳାଙ୍କ ନିଖୋଜ ନେଇ ଥାନାରେ ମାମଲା ରୁଜୁ କରିଥିଲେ । ଶେଷରେ ସ୍ଥାନୀୟ ଲୋକେ ଖୋଜାଖୋଜି ବେଳେ ଏକ ୨୨ ଫୁଟର ବିଶାଳକାୟ ଅଜଗରକୁ ଦେଖିବାକୁ ପାଇଥିଲେ । ଅଜଗରର ପେଟ ଫୁଲିଥିବାରୁ ସେ ମହିଳାଙ୍କୁ ଜୀଅନ୍ତା ଗିଳିଥିବା ସନ୍ଦେହ କରିଥିଲେ । ଏହା ପରେ ଯେତେବେଳେ ଅଜଗରକୁ ପିଟିପିଟି ମାରିଦିଆଗଲା । ଏବଂ ପେଟ କାଟିବା ପରେ ମହିଳାଙ୍କ ମୃତ୍ୟ ଦେହ ଉଦ୍ଧାର ହୋଇଛି ।